କାର୍ତିକ ପୂଣ୍ଣିମା ଅବସରରେ ରାମଜୀ ମନ୍ଦିରରେ ଲକ୍ଷେ ଦୀପ ଦାନ

19

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : – କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସହରର ମଝିପଡା ରାମଜୀ ମନ୍ଦିରରେ ଦୀପ ଯଜ୍ଞର ଆୟୋଜନ କରାଯାଇଛି ।ଶତାଧିକ ଗୃହିଣୀ ଓ ଅବିବାହିତ ଝିଅମାନେ ଏହି ଯଜ୍ଞ କାର୍ଯ୍ୟରେ ସାମିଲ ହୋଇ ଲକ୍ଷେ ଦୀପ ପ୍ରଦାନ କରିଛନ୍ତି ।ଏଥିପାଇଁ ଅନେକ ଗୃହିଣୀ ଆବଶ୍ୟକ ଦୀପ ବତି ଓ ଘିଅ ଦାନ କରିଥିଲେ ।ସାମୁହିକ ଭାବେ ମହିଳା ମାନେ ଲକ୍ଷେ ଦୀପ ପ୍ରସ୍ତୁତ କରିଥିଲେ । ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତ ଏହି ଲକ୍ଷେ ଦୀପକୁ ମାଟି ହାଣ୍ଡି ରେ ରଖି ରାମଜୀ ଭଗବାନଙ୍କ ପାଖରେ ପ୍ରଜ୍ବଳନ କରାଯାଇଥିଲା ।ମହିଳାମାନେ ଦୀପ ପ୍ରଜ୍ଜଳନ କରିବା ପରେ ଶ୍ରୀ ରାମଜୀ ମହାପ୍ରଭୁଙ୍କୁ ସ୍ମରଣ କରି ମନ୍ଦିର ପ୍ରଦକ୍ଷିଣ କରିଥିଲେ ।ମହିଳାମାନଙ୍କ ଏହି ଦୀପ ଯଜ୍ଞ ମନ୍ଦିରର ଶୋଭାବର୍ଦ୍ଧନ କରିଥିଲା ।ମଝିପଡାର ମହିଳାମାନେ ଜଗତ କଲ୍ୟାଣ ଓ ସପରିବାର ଶାନ୍ତି ପାଇଁ ଏହି ଦୀପ ଦାନ କରିଛନ୍ତି । ଶତାଧିକ ମହିଳା ଗତକାଲି ଠାରୁ ଦୀପ ପ୍ରଦାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପୁର୍ଣିମା ଦିନ ପ୍ରାତଃରୁ ମନ୍ଦିର କବାଟ ଖୋଲିବା ପରେ ରାମଜୀଙ୍କ ପୂଜା ଆରାଧନା କରିବା ପରେ ଦୀପ ଯଜ୍ଞ କାର୍ଯ୍ୟକ୍ରମ କରାଯାଇଥିଲା ।ତେବେ ସହରରେ ବର୍ଷ ତମାମ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ମାନସିକ ଶାନ୍ତି ତଥା ବିଶ୍ବର ଶାନ୍ତି ପାଇଁ ଏହି ଦୀପ ଯଜ୍ଞର ଆୟୋଜନ କରାଯାଇଥିଲା ବୋଲି ବ୍ରତୀ ମହିଳାମାନେ ମତ ରଖିଥିଲେ । ଅଜିତ ହୋତା, ମନବୋଧ ଭୋଇ, ପଦ୍ମନାଭ ପାଢ଼ୀ, କଈରୁ ସ୍ୱାଇଁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମହିଳା ଭକ୍ତ କଳ୍ପନା ଭୋଇ, କଲ୍ୟାଣୀ ସ୍ୱାଇଁ, ସୁଭଦ୍ରା ଦଳାଇ, ବିନୋଦିନୀ ପଣ୍ଡା, ସବିତା ବରାଇ, ଲଷ୍ମୀ ମଲ୍ଲିକ, ବୀଣାପାଣି ପାଣିଗ୍ରାହୀ, ମଞ୍ଜୁଲତା ଥାନାପତି, ମିତାମ୍ବିନୀ ଥନାପତି, ମିନତୀ ବେଦବାକ, ପ୍ରେମ ଲତା ପାଣ୍ଡl, ଯମୁନା ମଲ୍ଲିକ, ସ୍ଵାଗତିକା ଭୋଇ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଏଇ ମହତ କାର୍ଯ୍ୟ ର ଆୟୋଜନ କରିଥିଲେ l ମଝିପଡା ତଥା ସହର ର 500 ରୁ ଊର୍ଧ୍ୱ ମହିଳା ଭକ୍ତ ଏହି ଦୀପ ଦାନ କାର୍ଯ୍ୟକ୍ରମ ରେ ସାମିଲ ଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More