କାରୋନା ଭୟ : ଦିନେ ପେଟ ଚିନ୍ତାରେ ଭିଟାମାଟି ଛାଡ଼ିଥିଲେ, ଆଜି ପ୍ରାଣ ବିକଳରେ ଫେରୁଛନ୍ତି ଗାଁକୁ

12

Get real time updates directly on you device, subscribe now.

କୋରାପୁଟ (ଏଜେନ୍ସି ) : ଦିନେ ପେଟ ଚିନ୍ତାରେ ଭିଟାମାଟି ଛାଡ଼ିଥିଲେ, ଆଜି ପ୍ରାଣ ବିକଳରେ ଫେରୁଛନ୍ତି। ଅଭାବ ଅନଟନ ଓ ଅର୍ଥ ରୋଜଗାର ଚିନ୍ତା ଭିଟାମାଟିର ମୋହ ଛଡ଼ାଇ ନେଇଥିଲା ସିନା; ଆଜି କିନ୍ତୁ ପ୍ରାଣ ଚିନ୍ତା ଏମାନଙ୍କୁ ଘରମୁହାଁ କରିଛି। ପ୍ରବାସୀଙ୍କୁ ଗାଁକୁ ତଡ଼ିଦେଉଛି ସହର। ପ୍ରବାସ ଯନ୍ତ୍ରଣାରେ ଛଟପଟ ପ୍ରବାସୀ। ଭିଟାମାଟିକୁ ଫେରିଲେ ୧୪ରୁ ୨୧ଦିନ ପର୍ଯ୍ୟନ୍ତ ସଂଗରୋଧର ଚିନ୍ତା ସତ୍ତ୍ବେ ଘର ମୁହାଁ ହୋଇଥିବା ପ୍ରବାସୀ ଏବେ ଦୁର୍ଦଶାରେ।
ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ସମେତ ଉପକୂଳର କିଛି ଅଂଶରେ ଅଭାବ ବସା ବାନ୍ଧିଥିଲା। ଘରେ ଘରେ ଭୋକର ଚିତ୍କାର ଶୁଭୁଥିଲା। ଗଞ୍ଜାମ, ଗଜପତି ଜିଲା ସମେତ ଅବିଭକ୍ତ କୋରାପୁଟର ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲା ଏବଂ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର ସାଙ୍ଗକୁ ନୟାଗଡ଼ ଓ କନ୍ଧମାଳ ଜିଲାରେ ଏଭଳି ବିକଳ ଅବସ୍ଥା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More