କାରୋନା କଟକଣା: ସପ୍ତାହରେ ଶନିବାର-ରବିବାର ସଟଡ଼ାଉନ ରହିବ ରାଜ୍ୟର ୧୧ ଜିଲା

23

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଅନଲକ ୧.୦ ପାଇଁ  ରାଜ୍ୟ ସରକାର ସୋମବାର ନୂତନ ନିୟମାବଳୀ ଜାରି କରିଛନ୍ତି । ଏ ନେଇ ସୋମବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନଲକ ୧.୦ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟମାନେ ନିଜ ସ୍ଥିତି ଅନୁଯାୟୀ କଟକଣା ଲଗାଇ ପାରିବେ ବୋଲି ଅସିତ ତ୍ରିପାଠୀ କହିଥିଲେ। ଜୁନ ମାସ ଆମ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। ଜୁନରେ କରୋନା ଆହୁରି ବଢିପାରେ, ତେଣୁ ଆମକୁ ସର୍ବାଧିକ ସତର୍କ ରହିବାକୁ ହେବ। ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ କଟକଣା କୋହଳ କରାଯିବ ନାହିଁ ବୋଲି କହିଛନ୍ତି। ଏଥିସହ ଅନ୍ତ୍ୟେଷ୍ଟି କ୍ରିୟା ଓ ବିବାହ କାର୍ଯ୍ୟ ପାଇଁ ସାମାନ୍ୟ କୋହଳ କରାଯାଇଛି ଏବଂ ହୋଟେଲ ଗୁଡିକ  ୩୦ % କ୍ଷମତାକୁ ନେଇ ଖୋଲିପାରିବେ ବୋଲି ସେ ସୂଚନା ଦେଇଛନ୍ତି। ଜୁନ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ୧୧ଟି ଜିଲା ସଟ ଡାଉନ ରହିବ। ଏହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ନୟାଗଡ଼, କଟକ , ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ , ବାଲେଶ୍ବର, ଓ ବଲାଙ୍ଗୀର । ସଟଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଆତଯାତ କରିପାରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More