କାରୋନା ଆତଙ୍କ : ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୬୦କୁ ବୃଦ୍ଧି

37

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଆଉ ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହିତ ସଂକ୍ରମିତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ରାଜ୍ୟରେ ମଙ୍ଗଳବାର ଏପର୍ଯ୍ୟନ୍ତ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସକାଳେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଯାଜପୁର ଜିଲାର ହୋଇଥିବା ବେଳେ ଆଉ ୪ଜଣ ଭୁବନେଶ୍ବରର ହୋଇଥିବା ଜଣାପଡ଼ିଛି। ଭୁବନେଶ୍ବରର ୪ଜଣ କରୋନା ରୋଗୀଙ୍କ ମଧ୍ୟରୁ ଜଣେ ଝାରପଡ଼ାର ଏବଂ ଅନ୍ୟ ତିନି ଜଣ ବମିଖାଲ ଅଞ୍ଚଳର ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More