କାରୋନା ଆତଙ୍କ : ଘରେ ପଢ଼ିବେ କୁନିପିଲା, ଆରମ୍ଭ ହେଲା ଅରୁଣିମା

49

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କରୋନା ପରିସ୍ଥିତି ଯୋଗୁ ରାଜ୍ୟରେ ଲକଡାଉନ ଚାଲିଥିବାରୁ ପିଲାଙ୍କ ପାଠପଢ଼ାରେ ଘୋର ଅସୁବିଧା ସୃଷ୍ଟି ହୋଇଛି। ଅଙ୍ଗନବାଡି ବନ୍ଦ ରହିଥିବାରୁ କୁନିପିଲାଙ୍କ ପ୍ରାକ୍‌ ସ୍କୁଲ ଶିକ୍ଷା ମଧ୍ୟ ବନ୍ଦ ରହିଛି। ସେସବୁ ପିଲାଙ୍କୁ ଘରେ ପ୍ରାକ ସ୍କୁଲ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ ପକ୍ଷରୁ ଏ ନେଇ ’ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡର ପ୍ରକାଶ କରାଯାଇଛି।  ପିତାମାତା, ଜେଜେବାପା ଓ ଜେଜେମାଙ୍କ ଦ୍ବାରା ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି।ମଙ୍ଗଳବାର ପୂର୍ବାହ୍ଣରେ ବିଭାଗୀୟ ସଚିବ ଅନୁଗର୍ଗ ଭିଡିଓ କନଫରେନସିଂ ଜରିଆରେ ଏହି କ୍ୟାଲେଣ୍ଡରର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ଲକଡାଉନ ସମୟରେ ପିଲାମାନେ ଘରେ ରହି ସେମାନଙ୍କ ସୃଜନଶୀଳତା ସଂଗୀତ, ନୃତ୍ୟ, ଚିତ୍ରକଳା, ଗଳ୍ପ ଆଦି ବୃଦ୍ଧିକରିପାରିବେ। ୟୁ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More