କାରକୁ ଧକ୍କା ଦେଲା ପିକଅପ ଭ୍ୟାନ,୧୧ ଶଣ୍ଢ ମଧ୍ୟରୁ ୨ମୃତ

13

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : : କାରକୁ ଧକ୍କା ଦେଲା ଷଣ୍ଢ ବୋଝେଇ ପିକ୍‌ଅପ ଭ୍ୟାନ। ଅଳ୍ପକେ ବର୍ତ୍ତିଲେ କାରରେ ଯାଉଥିବା ଲୋକେ । ଦୁର୍ଘଟଣାରେ କାରଟି ସମ୍ପୁର୍ଣ୍ଣ ନଷ୍ଟ ହେଇଯାଇଛି ।ବଜରଙ୍ଗ ଦଳର କର୍ମୀ ମାନେ ପହଞି ଧାମରା ବାସୁଦେବପୁର ବଜାରରେ ରାସ୍ତାରୋକ କରିବା ସହ ଶଣ୍ଢ କୁ ଉଦ୍ଧାର କରିଥିଲେ ସେଥିମଧ୍ୟରୁ ୨ଟି ଶଣ୍ଢ ର ମୃତ୍ୟୁ ଘଟିଥିଲା । ବାସୁଦେବପୁର ପୁରୁଣା ଷ୍ଟେଟ ବ୍ୟାଙ୍କ ଛକ ଆଗରେ ଦ୍ରୁତ ଗତିରେ ଯାଉଥିବା ଏକ ଷଣ୍ଢ ବୋଝେଇ ପିକ୍‌ଅପ  ଭ୍ୟାନଟି ଏକ କାରକୁ ଧକ୍କା ଦେଇଥିଲା । ପରେ ଭାରସାମ୍ୟ ହରାଇ ପିକ୍‌ଅପ ଭ୍ୟାନ ଟି ଏକ ବିଦ୍ୟୁତ ଖୁଣ୍ଟକୁ  ପିଟିଦେଇଥିଲା।  ଫଳରେ ଗାଡିର ଡ୍ରାଇଭର ଗାଡି ଛାଡି ଫେରାର ହେଇଯାଇଥିଲା । ତେବେ କାର ଭିତରେ ଥିବା ଲୋକ ଆହତ ହେଇଛନ୍ତି ।ବାସୁଦେବପୁରରେ ବେଆଇନ ଗୋଚାଲାଣ ବାରମ୍ବାର ହେଉଥିବାରୁ ପ୍ରଶାସନ ଗମ୍ଭୀରତାର ସହ ନେବାକୁ ଦାବୀ କରିଛନ୍ତି ବଜରଙ୍ଗ ଦଳର କର୍ମୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More