କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ: ନବୀନ ପରିଡା

15

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ । ନାଟକର ସ୍ବରୂପ ପ୍ରତିଦିନ ମୃତ୍ୟୁ ଘଟେ ପୁଣି ପରଦିନ ଜନ୍ମନିଏ। ତେଣୁ ନାଟକ ଶତରୂପା ବୋଲି ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ନାଟ୍ଯକାର ନବୀନ ପରିଡା ମତବ୍ଯକ୍ତ କରିଛନ୍ତି । ଇସ୍ପାତ ନଗରୀର ୨୪ଟି ନାଟ୍ଯାନୁଷ୍ଠାନକୁ ନେଇ ଗଠିତ ‘ଏକତ୍ର ‘ ରାଉରକେଲା ତରଫରୁ ସେକ୍ଟର ୭ ମଧୁମଣ୍ଡପ ଠାରେ ଆୟୋଜିତ ଆଲୋଚନାର ଶୀର୍ଷକ ‘ ଦୃଶ୍ୟକାବ୍ୟରେ ଦୃଶତ୍ବ’ ରେ ମୁଖ୍ୟ ଆଲୋଚକ ଭାବେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ନାଟ୍ଯକାର, ନିର୍ଦ୍ଦେଶକ, ଅଭିନେତା ନବୀନ କୁମାର ପରିଡା ଉପରୋକ୍ତ ମନ୍ତବ୍ଯ ସହ ଲିଖିତ ନାଟକର ୬ଟି ଉପାଦାନ, ୩ ଦ୍ବନ୍ଦ ସଂପର୍କରେ ଆଲୋଚନା କରିଥିଲେ । ନାଟ୍ଯକାର ଯଦି ମା ହୁଏ,ତେବେ ନିର୍ଦ୍ଦେଶକ ବାପା ହୁଅନ୍ତି । କଳାର କୌଣସି ସୀମା ନଥାଏ। ଦର୍ଶକଙ୍କ ଦ୍ବାରା ଆଦୃତ ନାଟକ କାଳଜୟୀ ହୁଏ ବୋଲି ସେ ମତ ରଖିଥିଲେ । ଅନ୍ୟତମ ଆଲୋଚକ ଭାବେ ନିର୍ଦ୍ଦେଶକ ତଥା ଅଭିନେତା କୈଳାଶ ପାଣିଗ୍ରାହୀ ନାଟକର ଧର୍ମ,ମଞ୍ଚ ନାଟକର ଧର୍ମ, ଦୃଶ୍ୟ ବିମ୍ବ ଓ ମାଧ୍ୟମ, ଦୃଶ୍ୟକାବ୍ୟର ଭୂମିକା, କାଳ୍ପନିକ ମଞ୍ଚାୟନ, ବାସ୍ତବ ମଞ୍ଚାୟନ, ଦୃଶ୍ୟବିମ୍ବର ସମାହାର ସଂପର୍କରେ ଆଲୋଚନା କରିଥିଲେ । ଆଲୋଚକ ନାଟ୍ଯକାର ତଥା ଚଳଚ୍ଚିତ୍ର ଲେଖକ ଡଃ ସଞ୍ଜୟ ହାତୀ ନାଟକର ବିଭିନ୍ନ ଦିଗ ଉପରେ ଆଲୋଚନା କରିବାସହ କହିଲେ ଯେ ନାଟକ ଏଭଳି ସାହିତ୍ୟ ଯାହା ଆମ ଆଖି ସାମ୍ନାରେ କଥା କୁହେ ଓ ଚାଲେ। ସେହିପରି ଅନ୍ୟତମ ଆଲୋଚକ ନାଟ୍ଯକାର ନଳିନୀ ନିହାର ନାୟକ ଆଧୁନିକତା ସହ ତାଳ ମିଳାଇ ନାଟକ ପର୍ଯ୍ୟବେଶିତ ହେବା ଉପରେ ଗୁରୁତ୍ବାରୋପ କରିଥିଲେ । ପ୍ରାରମ୍ଭରେ ଏକତ୍ର ର ସାଧାରଣ ସଂପାଦକ ସ୍ବଦେଶ ନାୟକ ସ୍ବାଗତ ଭାଷଣ ସହ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଓ କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାପତି ରାଜୀବ ପାଣି କାର୍ଯ୍ୟକ୍ରମ ପରିଚାଳନା ସହ ନାଟକର ସଫଳ ପ୍ରଦର୍ଶନରେ ନାଟ୍ଯକାର, ନିର୍ଦ୍ଦେଶକଙ୍କ ବ୍ୟକ୍ତିତ୍ବ ଓ ଦକ୍ଷତା ସଂପର୍କରେ ଆଲୋଚନା କରିଥିଲେ । ଉପଦେଷ୍ଟା ଡା କୃପାସିନ୍ଧୁ ନାୟକ ସଫଳ ନାଟକର ଉପାଦେୟତା ଓ ନାଟକ ପ୍ରତି ପ୍ରତିବଦ୍ଧତା ଓପରେ ମତବ୍ଯକ୍ତ କରିଥିଲେ । ଏହି ଆଲୋଚନାଚକ୍ରରେ ୨୪ଟି ନାଟ୍ଯାନୁଷ୍ଠାନର ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ କଳାକାର, ନିର୍ଦ୍ଦେଶକ, ନାଟ୍ଯପ୍ରେମୀ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ କୋଷାଧ୍ୟକ୍ଷ ପ୍ରଜ୍ଞାନନ୍ଦ ମହାନ୍ତି, କନକଲତା ଦାସ, ସୂର୍ଯ୍ୟରଶ୍ମି ଦାସ, ପ୍ରବୀର ଜେନା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More