ଭଦ୍ରକ ( ସଂଘର୍ଷ ମିଡିଆ ) : କାନ୍ତକବିଙ୍କ ନାମରେ ନାମିତ ଭଦ୍ରକ ବ୍ଲକ ଜଗଦଳପୁର ପଂଚାୟତରେ ଥିବା ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥାକୁ ହୃହୟଙ୍ଗମ କରି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଧାୟକ ପାଣ୍ଠିରୁ ୭ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ଏହି ବିଦ୍ୟାଳୟ ପାଇଁ ଶିଳାନ୍ୟାସ ଉତ୍ସବରେ ପ୍ରଧାନଶିକ୍ଷକ ପ୍ରହ୍ଲାଦ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକ ଯୋଗ ଦେଇ ବିଦ୍ୟାଳୟକୁ ଏକ ମଡେଲ ସ୍କୁଲରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଥିଲେ । ସାଂସଦ ମଂଜୁଲତା ମଣ୍ଡଳ ଯୁବ ବିଧାୟକଙ୍କ କାର୍ଯ୍ୟଶୈଳିକୁ ଉଚ୍ଚ ପ୍ରଶଂସା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ନିରାକାର ଜେନା, ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତୀ ନାୟକ, ପୂର୍ବତନ ପଂଚାୟତ ସମିତି ଅଧକ୍ଷ ମଳୟ ଜେନା, ପ୍ରଫୁଲ୍ଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସକାଳେ ଜଗଦଳପୁର ପଂଚାୟତର ପୂର୍ବତନ ସରପଂଚ ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ମୋଟର ସାଇକେଲରେ ରାଲିରେ ଯାଇ ବିଧାୟକ ଓ ସାଂସଦ ଚଉଦଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
Get real time updates directly on you device, subscribe now.