କାଦୋଦରା ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବକୁ ଦୂର କଲେ ସରପଞ୍ଚ, ସ୍ଥାୟୀ ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ପଡ଼ୁ

18

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ପlପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ କାଦୋଦରା ଗ୍ରାମରେ ପାନୀୟ ଜଳ ଯୋଗାଣ l ସୁଚନା ଅନୁଯାଇ ମଇଦଲପୁର ପଞ୍ଚାୟତ ରେ ପାହାଡିଆ ଅଞ୍ଚଳରେ ଦୀର୍ଘ ଦିନରୁ ବସବାସ କରି ରହି ଆସୁଛନ୍ତି ।ହେଲେ ପ୍ରତି ବର୍ଷ ଟାଣ ଖରାରେ ସେମାନେ ଆଉଟୁ ପାଉଟୁ ହୋଇ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଜଣାପଡିଛି l ପାହାଡିଆ ଆଦିବାସୀ ମାନେ ପାନୀୟ ଜଳ ଟୋପାଏ ପାଇଁ ଡହଳ ବିକଳ ହେଉଥିବା ସମୟରେ ମଇଦଲପୁର ସରପଞ୍ଚ ଶ୍ରୀ ଚନ୍ଦ୍ରଧ୍ଵଜ ମାଝୀ ଗୋଟିଏ ପାଣି ଟ୍ୟାଙ୍କର ଦ୍ୱାରା ଟ୍ରାକ୍ଟର ସାହାଯ୍ୟ ରେ ପହଞ୍ଚାଇ ପାହାଡିଆ ଙ୍କ ଜୀବନ ବଞ୍ଚାଇଛନ୍ତି l ଏଥିରେ ପାହାଡିଆ ଗ୍ରାମବାସୀ ମାନେ ଅତ୍ୟନ୍ତ ଆନନ୍ଦିତ ହୋଇ ଯାଇଛନ୍ତି ।ଏହି ପାନୀୟ ଜଳ ପହଞ୍ଚାଇ ବାରେ ଟାଙ୍ଗରାପାଲା ୱାର୍ଡ ମେମ୍ବର ଶିବ ଜlନୀ ମଇଦଲପୁର ୱାର୍ଡ ମେମ୍ବର ଶିଖିର ହରିଜନ ଙ୍କ ଉଦ୍ୟମରେ ଜଳ ଯୋଗାଣ ସମ୍ଭବପର ହୋଇପାରିଛି l କାଦୋଦରା ଗ୍ରାମବାସୀ ସରପଞ୍ଚ ଏବଂ ୱାର୍ଡ ମେମ୍ବର ଙ୍କ ଏହି କାମ କୁ ବେଶ୍ ପ୍ରଶଂସା କରିଛନ୍ତି l ଏଣୁ ସ୍ଥାୟୀ ସମାଧାନ ଲାଗି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମ ବାସୀ ଦୃଢ଼ ଦାବି କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More