ଜଗତସିଂହପୁର ( ସଂଘର୍ଷ ମିଡିଆ ) : କାଦୁଅପଡା ପଞ୍ଚାୟତ ବିଜୁ ଜନତା ଦଳ ପରିବାର ଜୀବନବିନ୍ଦୁ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଉଦ୍ ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ମଧୂସୁଦନ ସାହୁ, ବିଜେଡି ନେତ୍ରୀ କନକପ୍ରଭା ଲେଙ୍କା, ପଂଚାୟତ ସମିତି ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା, ବ୍ଲକ୍ ବିଜେଡି ସଭାପତି ମନୋଜ୍ ଭୋଇ, ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର, ଯୁବନେତା ବିବେକାନନ୍ଦ ବେହେରା, ଯୁବ ବିଜେଡି ଉପସଭାପତି ଗୌରପ୍ରସାଦ ମହାନ୍ତି, ଗାଦିବ୍ରହ୍ମ ଓମେନ୍ସ କଲେଜ ଅଧଖ୍ୟା ଡ଼. ସସ୍ମିତା ମହାନ୍ତି, ମହିଳାକଲେଜ୍ ଅଧ୍ୟକ୍ଷା ଆରତୀ ମିଶ୍ର, ଜିଲ୍ଲା ଓକିଲ ସଂଘ ସଂପାଦକ ନରେଶ ଦାସ,ସୁମନ୍ତ ପଟ୍ଟନାୟକ, ଶଶାଙ୍କ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ । କାଦୁଅପଡା ପଂଚାୟତ ବିଜୁ ଜନତା ଦଳ ପକ୍ଷରୁ ବାଇଧର ଶାସମଲ୍, ରସାନନ୍ଦ ଖଟୁଆ, ଜଗନ୍ନାଥ ପୋଥାଳ,ଵିରବର ପୋଥାଳ, ନଗେନ୍ଦ୍ର କୁମାର ଦାସ, ପ୍ରତାପ ମୁଦୁଲି, ପ୍ରକାଶ ମୁଦୁଲି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସଭାପତି ବ୍ରଜେନ୍ଦ୍ର କୁମାର ଭଟ୍ଟ, କିଶୋର ଭଟ୍ଟ, ଯୁବ ବାହିନୀ ସଭାପତି ମୁକ୍ତିଵିନୋଦ ବେହେରା, ସଂପାଦକ ପ୍ରକାଶ ଚନ୍ଦ୍ର ବେହେରା, ଛାତ୍ର ସଭାପତି ଉମାଶିଷ୍ ଲେଙ୍କା, ବ୍ଲକ୍ ଛାତ୍ର ଉପସଭାପତି ଜୀଵନଜ୍ୟୋତି ପରିଡା, ନିହାର ରଞ୍ଜନ ବାରିକ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।ଏହି ଶିବିରରେ ମୋଟ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।