କାଠ ବୋଝେଇ ଟ୍ରକ ଓଲଟି ଡ଼୍ରାଇଭର, ହେଲପର ଗୁରୁତର

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): -ଆଜି ସକାଳ ୧୦ ଘଣ୍ଟିକା ସମୟରେ ଦ୍ରୁତ ଗତିରେ କୋଡିଙ୍ଗା ରୁ ପାପଡାହାଣ୍ଡି ଅଭିମୁଖେ ଆସୁଥିବା ଏକ କାଠ ବାଝେଇ ଟ୍ରକ ଟି ଭାରସାମ୍ୟ ହରାଇ ଶୋରିଶପଦର ଗ୍ରାମ ବୁଲାଣି ପାଖରେ ଓଲଟି ପଡିବାରୁ ଡ଼୍ରାଇଭର ଓ ହେଲ୍ପର ଦୁଇଜଣ ଗୁରୁତର ଆହତ ହୋଇଛନ୍ତି | ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଉଛନ୍ତି | ସୂଚନା ଅନୁଯାଇ ଭଣ୍ଡିଆ ଗ୍ରାମରୁ ଚାକୁଣ୍ଡା ଗଛ ଗଣ୍ଡି ନେଇ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଗାଡି ନମ୍ବର ଓ ଡି ୦୨ ବି ଆର ୮୦୫୪ ଟ୍ରକ ଟି ବାହାରିଥିଲା | କିନ୍ତୁ ସିରିସୀ ପଂଚାୟତ ଅନ୍ତର୍ଗତ ଶୋରିଶପଦର ଗ୍ରାମ ପାଖ ବୁଲାଣି ପାଖରେ ବିପରୀତ ଦିଗରୁ ଆସୁଥିବା ଏକ କାର ଓ ବାଇକ କୁ ସାଇଡ ଦେବା ସମୟରେ ଟ୍ରକ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା | ଏହା ଦେଖି ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ ଗାଡିର ଡ୍ରାଇଭର ଓ ହେଲପର କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ଦୁର୍ଘଟଣା ରେ ଡ୍ରାଇଭର ବସନ୍ତ ସେଠିଆ ଙ୍କ ବାମ ହାତରେ ଆଘାତ ଲାଗିଥିବା ବେଳେ ହେଲପର ସୁଶାନ୍ତ ପ୍ରଧାନଙ୍କ ବାମ ହାତ ଟି ଭାଙ୍ଗି ଯାଇଛି , ଡ଼. ତାଙ୍କୁ ତୁରନ୍ତ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁଶାନ୍ତ ଙ୍କୁ ସ୍ଥାନାନ୍ତର କରିଯିବ ବୋଲି ସୂଚନା ଦେଇଛନ୍ତି | ଉଭୟ ନୟାଗଡ ଜିଲ୍ଲାର ବୋଲି ସୂଚନା ମିଳିଛି | ପ୍ରକାଶ ଥାଉକି ଉକ୍ତ ଜାଗାରେ ଅନେକ ଥର ଦୁର୍ଘଟଣା ଘଟି ବହୁ ଲୋକ ଜୀବନ ହରାଇଛନ୍ତି | ଗତ ପଂଚାୟତ ନିର୍ବାଚନ ସମୟରେ ସୁରକ୍ଷା ବାହିନୀ ଙ୍କୁ ନେଇ କସାଗୁମୁଡା ବ୍ଲକ କୁ ଯାଉଥିବା ସମୟରେ ସେହି ସ୍ଥାନରେ ଗାଡି ଓଲଟି ତିନିଜଣ ଗ୍ରାମ ରଖିଙ୍କ ପ୍ରାଣ ଘଟଣା ସ୍ଥଳରେ ହିଁ ଚାଲିଯାଇଥିଲା | ପ୍ରଶାସନ ଏଥି ପ୍ରତି ସଚେତନ ହୋଇ ସେହି ଜାଗାରେ କୌଣସି ସିଗନାଲ ଲଗାଇଲେ କିଛି ମାତ୍ରାରେ ଦୁର୍ଘଟଣା କୁ ରୋକ ଲଗାଯାଇ ପାରିବ ବୋଲି ସାଧାରଣ ଲୋକେ ଦାବୀ କରୁଛନ୍ତି ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More