କାଇଜେନ୍ ବିଜ୍ଞାନ ଆବାସିକ ଶିକ୍ଷାକେନ୍ଦ୍ର ର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଶିତ

16

Get real time updates directly on you device, subscribe now.


ନରସିଂହପୁର(ସଂଘର୍ଷ ମିଡିଆ) : – ନରସିଂହପୁର ବ୍ଲକ ଅନ୍ତର୍ଗତ ସାଗର ବାଗଧରିଆ ନିକଟରେ ଗଢି ଉଠିଥିବା ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଜ୍ଞାନ ଆବାସିକ ଶିକ୍ଷାକେନ୍ଦ୍ର ର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ଭୂୟାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୁଳମଣି ବାରିକି ଅଧ୍ୟାପକ ଶାରଦାନନ୍ଦ ଦାଶ ଅଧ୍ୟାପକ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଉତ୍ତମ ଶିକ୍ଷା ଦ୍ଵାରା ଦୃଢ ଓ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିବା ସହ ସମସ୍ତେ ପ୍ରଥମେ ଜଣେ ଜଣେ ଭଲ ମଣିଷ ହୋଈ ପରିବାର ଅଞ୍ଚଳ ରାଜ୍ୟ ତଥା ଦେଶର ନାଁ ରଖିବା ପାଇଁ ଛାତ୍ରଛାତ୍ରୀ ପରାମର୍ଶ ଦେଇଥିଲେ। ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ସତ୍ୟ ସତ୍ୟ ପ୍ରସାଦ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ଐସୂର୍ଯ୍ୟା ପ୍ରିୟଦର୍ଶିନୀ ଧନ୍ୟବାଦ୍ ଅର୍ପଣ କରିଥିଲେ। । ଏହି ଅବସରରେ ଓ ଓଲିଉଡ଼ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More