କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ୯ମ,୧୦ମ ଶ୍ରେଣୀ ଖୋଲିବା ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

20

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର୍ ଜିଲ୍ଲା ଡାବୁଗାଁ ବ୍ଲକ କୋଇଲାରୀଗ୍ରାମରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପ୍ରଥମରୁ
ଅଷ୍ଟମ ପର୍ଜ୍ୟନ୍ତ ଥିବାରୁ ୯ମ ଓ ୧୦ମ ଛାତ୍ରୀ ମାନେ ଉକ୍ତ ଛାତ୍ରୀନିବାସରେ ରହି ଏଠାରୁ ଡୁଇ କିଲୋମିଟର ଜୁନାପାଣି ଉନ୍ନିତ ଉଚ୍ଚ ବିଦ୍ୟାଳୟକୁ ବିଦ୍ୟା ଅଧ୍ୟୟନ କରିବାକୁ ଯାଉଛନ୍ତି।କିନ୍ତୁ ବାଟରେ ଏକ ବ୍ରିଜ ଓ କାଜୁ ଜଙ୍ଗଲ ସହ ଘଞ୍ଚ ଜଙ୍ଗଲ ପଡୁଛି, ଯାହାକି ଛାତ୍ରୀ ମାନେଙ୍କ ପାଇଁ ଜାତାୟତ ବିପଦପୁର୍ଣ ହୋଇ ପଡୁଛି।ବିଦ୍ୟାଳୟରେ ପହଞ୍ଚିଗଲେ ୧୦ଘଣ୍ଟାରୁ ଅପରାହ୍ନ୍ ୪ ଘଣ୍ଟା ପର୍ଜ୍ୟନ୍ତ ବିଦ୍ୟାଳୟରେ ସମ୍ପୁର୍ଣ ସୁରକ୍ଷିତ ରହି ଥିବାବେଳେ ହଷ୍ଟେଲରୁ ବିଦ୍ୟାଳୟକୁ ଯିବା ଓ ବିଦ୍ୟାଳୟରୁ ଫେରିବା ସମ୍ପୁର୍ଣ ବିପଦ ଜନ୍ନକ ହୋଇ ପଡୁଛି।ଏଣୁ ବିଦ୍ୟାଳୟ କମିଟି,ପଞ୍ଚୟତସରପଞ୍ଚ ଓ ଗ୍ରାମର ଭଦ୍ରବ୍ୟକ୍ତିମାନେ ଉକ୍ତ ଗ୍ରାମରୁନବରଙ୍ଗପୁର ଜିଲ୍ଲା ଅଭିମୁଖେ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ ନିମନ୍ତେ ପହଞ୍ଚିଥିଲେ।କିନ୍ତୁ ଶିକ୍ଷା ଅଧିକାରୀ କାର୍ଜ୍ୟାଳୟ ରୁ ପରିଦର୍ଶନରେଯାଇ ଥିବାରୁ ନପାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ସଞ୍ଜୋଜିକା ମମତା ମ୍ୟାଡାମଙ୍କୁ ଦାବୀପତ୍ର ପ୍ରଦାନ କରି ଥିଲେ।ଏଠାରେ ସୁଚେଇ ଦେବାକୁ ଚାହୁଁ ଉକ୍ତ କସ୍ତୁରବା ଗାନ୍ଧୀ ବିଦ୍ୟାଳୟରୁ ୧୫୦ ଛାତ୍ରୀଙ୍କ ମଧ୍ୟରୁ ୭୦ ଜଣ,ଟି ଆର ଡବ୍ଲ୍ୟୁ ଛାତ୍ରୀ ମାନଙ୍କ ମଧ୍ୟରୁ ୩୦ଜଣ ଆନୁମନିକ ଯାଉଥିବା ବେଳେ ଉକ୍ତ ଗ୍ରାମରୁ ଅନ୍ୟୁନ ୪୦ଜଣ ଛାତ୍ର/ଛାତ୍ରୀ ବିଦ୍ୟା ଅଧ୍ୟୟନ କରିବାକୁ ଯାଉଛନ୍ତି।ଏଣୁ କମିଟି ସମସ୍ତ ଚିନ୍ତା କରିବା ପରେ ବିଦ୍ୟାଳୟର ଅନ୍ୟୁନ ୧୦୦ଛାତ୍ରୀ ଓ ଗ୍ରାମରୁ ଅନ୍ୟୁନ ୪୦ଛାତ୍ର/ଛାତ୍ରୀଙ୍କୁ ସୁରକ୍ଷା ଦେବା ନିମନ୍ତେ ନିଜ ପଞ୍ଚାୟତରେ ସୁରୁଖୁରୁରେ ବିପଦଶୁନ୍ୟ ସହ ନିରାପଦ ଶିକ୍ଷା ପାଇ ପାରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।ଅନ୍ୟ ପଞ୍ଚାୟତକୁ ନଯାଇ ନିଜ ପଞ୍ଚାୟତରେ ସରକାରଙ୍କ୍ ଆଇନ ଅନୁଜାଇ ୯ମ୍,୧୦ମ ଖୋଲାଗଲେ ଏଠାକାର ଶିକ୍ଷାର୍ଥୀ ଉପକ୍ରୁତ ହୋଇ ପାରିବେ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।ନବରଙ୍ଗପୁରକୁ ସରପଞ୍ଚ୍ ଚନ୍ଦ୍ରୀ ଭତ୍ରା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଳାବତୀ ମାଝୀ,ଗ୍ରାମର ମୁଖିଆ ସୁକରାମ ମାଝୀ,ସୋମନାଥ ମାଝୀ,ଭୈରବ୍ ସିଙ୍ଗ ମାଝୀ,ପଦ୍ମନ ମାଝୀ,ମନୁ ଭତ୍ରା,ଇଶ୍ଵର ମାଝୀ, ଓ କମିଟି ସଦସ୍ୟଙ୍କ ସହ ଗ୍ରାମବାସୀ ବ୍ରୁନ୍ଦ ଉପସ୍ତିତ ରହି ସହଯୋଗ କରି ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More