କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସତ୍ୟବ୍ରତ

18

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଏ ଦୁନିଆରେ ମିଣଷ ଗଣ୍ଡେ ଖାଇବା ପାଇଁ ସଂଘର୍ଷ କରୁଛି ତ, କେତେବେଳେ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ଏ ସମାଜରେ ଏମିତି ମଣିଷ ଅଛନ୍ତି ଶରିର ଖରାପ ହେଲେ ଟିକିଏ ଔଷଧ ପାଇଁ ଅନ୍ୟକୁ ହାତ ପତାଇ ସାହାଯ୍ୟ ମାଗିଥିନ୍ତି ତ ନିଜ ସ୍ଵାମୀ ପୁଅ ଓ ଝିଅର ଜୀବନ ବଞ୍ଚାଇବା ପାଇଁ ଗାଁ ଗାଁ ଓ ଦୋକାନ ବଜାର ବୁଲି ଭିକ୍ଷା ମାଗିଥାନ୍ତି। ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଅବଦୁଲ ପୁର ପଞ୍ଚାୟତ ଅହମଦ ପୁର ଗ୍ରାମର ରଂଜିତ ମଳିକଙ୍କ ବାର ବର୍ଷର ପୁଅ ସତ୍ୟବ୍ରତ ମଳିକ। ସତ୍ୟବ୍ରତ ଷଷ୍ଠ ଶ୍ରେଣୀର ଛାତ୍ର ତାଙ୍କ ଫୁସ୍ ଫୁସରେ ଛିଦ୍ର ହେବା କାରଣରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଖାଦ୍ୟ ଖାଇବା ସମୟରେ ବହୁତ କଷ୍ଟର ସାମ୍ନା କରୁଛନ୍ତି ସତ୍ୟବ୍ରତ। ସତ୍ୟବ୍ରତ ଙ୍କ ଦୁଃଖ ଓ ଯନ୍ତ୍ରଣା କୁ ସହ୍ୟ କରି ପାରୁନାହାଁନ୍ତି ତାଙ୍କ ବାପା ଓ ମାଆ।ସତ୍ୟର ବାପା ଜଣେ ଦିନ ମଜୁରିଆ ଗାଁରେ ମୁଲ ମଜୁରି ଲାଗି ଯାହା ଟଙ୍କା ଆଣନ୍ତି ପରିବାକୁ ନିଅଣ୍ଟ ସେଥିରେ ଡାକ୍ତର କହିଛନ୍ତି ପୁଅର ଅପରେସନ କରାଇବା ପାଇଁ ଚାରି ଲକ୍ଷ ଟଙ୍କା ଦରକାର। ଜଣେ ଦିନ ମଜୁରୀଆ ଭାବେ କାମ କରି ଏତେଗୁଡିଏ ଟଙ୍କା କେଉଁଠୁ ଆଣିବେ ଏଭଳି ପରିସ୍ଥିତିରେ ସତ୍ୟର ମାଆ ପୁଅର ଅପରେସନ ପାଇଁ ଗାଁ ଗାଁରେ ବୁଲି ପୁଅର ଜୀବନ ଭିକ୍ଷା ମାଗୁଛନ୍ତି। ଯେଉଁ ବୟସରେ ପିଲାଟି ହସିଖେଳି ଦିନ କଟାଇବା କଥା ସେହି ବୟସରେ ଶରିରର ଯନ୍ତ୍ରଣା ରେ ମରଣ ସହିତ ସଂଘର୍ଷ କରୁଛି। ସରକାର ପକ୍ଷରୁ ମୁଠିଏ ଚାଉଳ ମିଳୁଛି ସତ କିନ୍ତୁ ମୁଣ୍ଡ ଗୁଞ୍ଜିବା ପାଇଁ ନା ଅଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନାମିଳିଛି ବିଜୁ ପକ୍କା ଘର ଖଣ୍ଡିଏ। ବର୍ଷା ପବନରେ ମୁଣ୍ଡ ଗୁଞ୍ଜିବା ପାଇଁ ଫଟାକାନ୍ଥ ଓ କଳା ପଲିଥିନ ପାଲ ହିଁ ଭରସା।
ସେହି ଅଭାବି ସଂସାର ଭିତରେ ପୁଅକୁ ଭଲକରିବା ପାଇଁ ହାଇଦ୍ରାବାଦ ରୁ ବାଙ୍ଗାଲୋର ଓ ବାଙ୍ଗାଲୋର ରୁ କଟକ ବଡ଼ ମେଡ଼ିକାଲ ଯାଇ ନିରାଶ ହେବାପରେ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି। ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ସଂଘର୍ଷ ନ୍ୟୁଜ୍ ଦେଖୁଥିବା ସମସ୍ତ ଦର୍ଶକ ବଂଧୁ ମାନଙ୍କୁ ଆମ ସଂଘର୍ଷ ନ୍ୟୁଜ୍ ପରିବାର ତରଫରୁ ଅନୁରୋଧ ଆପଣମାନେ ଯନ୍ତ୍ରଣା ରେ ଛଟପଟ ହେଉଥିବା ସତ୍ୟର ଦୁଃଖ ଯନ୍ତ୍ରଣାକୁ ଦୂର କରିବା ପାଇଁ ତାଙ୍କ ଆକାଉଣ୍ଟ ନଂମ୍ବରରେ କିଛି କିଛି ସାହାଯ୍ୟର ହାତ ବଢାଇଲେ ସତ୍ୟ ଏ ଦୁନିଆରେ ସଳଖି ଠିଆହୋଇ ପାରନ୍ତା। Ac, Number 37519335742 State bank lndia, IFSC Code.. SBINooo2039,,,Mo-9384973054/7894695385, ଆପଣଙ୍କର କିଛି କିଛି ସାହାଯ୍ୟରେ ଗରିବ ପରିବାର ଆଗଭଳି ହସଖୁସିରେ ପୁରି ଉଠନ୍ତା। (ରାଜକନିକା ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More