କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଂଘର ୨୬ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

30

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଂଘର ୨୬ତମ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଆଇନ ପରିବର୍ତନ ଏବଂ ଏହାର ପ୍ରଭାବ ଉପରେ ଆଲୋଚନା ହୋଇଥିଲା । ବିଦ୍ୟୁତ କ୍ଷେତ୍ରରେ ପୁନଃ ଘରୋଇ କରଣକୁ ବିରୋଧ,କାର୍ଯ୍ୟରତ ଆଇଟସୋର୍ସଙ୍ଗ କର୍ମରୀମାନଙ୍କୁ ନିୟମିତ କରିବା, ମୃତ କର୍ମରୀମାନଙ୍କର ଉତ୍ତରାଧକାରୀଙ୍କ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା,କର୍ମରୀମାନଙ୍କର ୭ମ ବେତନ କମିଶନରେ ଥିବା ଦରମାର ତାରତମ୍ୟାର ସମାଧାନ,ସମସ୍ତ ଫିଉଜ କଲ୍ ସେଣ୍ଟରରେ ସ୍ଥାୟୀ କାର୍ଯ୍ୟାଳୟର ବ୍ୟବସ୍ଥା,ମିଟର ରିଡର ଏବଂ ଚୁକ୍ତିଭିତିକ କର୍ମଚାରୀମାନଙ୍କୁ କମ୍ପାନୀ ସ୍ଥାୟୀ ନିଯୁକ୍ତି କରିବା, ଓପିଟିସିଏଲ୍ ଏବଂ ନେସ୍କ, ମେନେଜମେଣ୍ଟ କାର୍ଯ୍ୟକଳାପକୁ ବନ୍ଦ କରିବା,ଆଗାମୀ ୩/୦୨ ତାରିଖରେ ଡାକରା ଦେଇଥିବା ବିଦ୍ୟୁତ୍ କର୍ମଚାରୀ ଏବଂ ଇଞ୍ଜିନିୟର ମାନଙ୍କ ଆନ୍ଦୋଳନକୁ କିପରି ଭାବରେ ଓଡ଼ିଶାରେ ସଫଳ କରାଯିବ- ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଇଂ.ରାଜୀବ ନାୟକ, ସଭାପତି ଇଂ. ଚବୀନ୍ଦ୍ର କୁମାର ଜେନା,ମୁଖ୍ୟ ବକ୍ତ। ଯତୀନ କୁମାର ରାୟ ସମ୍ମାନୀତ ଅତିଥି ଉପ ଆରକ୍ଷୀ ଅଧୀକ୍ଷକ ଯତୀନ ପଣ୍ଡା,ଲଳିତ କୁମାର ପଟ୍ଟନାୟକ, ପ୍ରଣୟ କୁମାର ନାୟକ ବିଷ୍ଣୁ ମହାନ୍ତି,ପ୍ରଭାତ କୁମାର ଦାସ,ଦିବ୍ୟସିଂହ ନାୟକ, ଦିଲ୍ଲିପ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More