କଳିଙ୍ଗା ଘଟିରେ ବସ ଦୁର୍ଘଟଣାଗସ୍ତ,୬ ମୃତ, ୫୦ରୁ ଅଧିକ ଆହତ

11

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ ) :-କଳିଙ୍ଗା ଘାଟି ଶେଷ ଦୁର୍ଗାପ୍ରସାଦ ନିକଟରେ କଲିକତାରୁ ଆସି ଫେରୁଥିବା ଟୁରିଷ୍ଟ ବସ ଦୁର୍ଘଟଣାଗସ୍ତ ହୋଇଛି । ବସରେ ୭୫ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକା ଆହତ ହେଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଆହତ ମାନଙ୍କୁ ଭଞ୍ଜନଗର ମେଡିକାଲକୁ ନିଆଯାଇଛି। ଅତ୍ୟଧିକ ଗୁରୁତର ଆହତ ମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ବସଟି କଲିକତାରୁ ଆସି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରି ଫୁଲବାଣୀ, ଦାରିଂବାଡ଼ି ବୁଲି ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଘାଟିର ଶେଷ ଓ ଦୁର୍ଗାପ୍ରସାଦ ଗ୍ରାମ ଆରମ୍ଭ ଜାଗାରେ ଭାରସାମ୍ୟ ହରାଇ ଡାହାଣ ପଟକୁ ଓଲଟି ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ୬ଜଣଙ୍କ ଜୀବନ ଚାଲିଯାଇଥିଲା। କନ୍ଧମାଳ ଜିଲ୍ଲା, ବାଲିଗୁଡା ସବ ଡିଭିଜନରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More