କଳା ବ୍ୟାଚ ପରିଧାନ କଲେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ

17

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ସୋମବାର କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିଛନ୍ତି | ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ସରକାରଙ୍କୁ ୪ ଦଫା ଦାବି ଦେଇଥିଲେ | ଏହି ୪ ଦଫା ଦାବି ଗୁଡିକ ହେଲା ଯଥା:- ୧. ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ (ସ୍ନାତକ) କରିବା ସହ ପେ ଲେଭଲ-୫ ର ୨୧୭୦୦ରୁ ପେ ଲେଭଲ-୯ ର ୩୫୪୦୦ ମଞ୍ଜୁର କରାଯାଉ, ୨. ୧୦ ବର୍ଷ ଚାକିରୀ ପୂରଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସମୂହଙ୍କ ପାଇଁ ସ୍ଵତନ୍ତ୍ର ପଦବୀସୃଷ୍ଟି କରି ଅବସ୍ଥାପିତ କରାଯାଉ ଏବଂ ଜିପିଡିଓ ପଦବୀକୁ ଶତ ପ୍ରତିଶତ ପଦୋନ୍ନତିର ବ୍ୟବସ୍ଥା କରାଯାଉ, ୩- ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରଚଳିତ କ୍ୟାଡର ରୁଲ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ ଓ ୪- ଆରଏସିପି ପାଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଅବସରକାଳୀନ ପେନସନ ଓ ପରିବାର ପେନସନ ପ୍ରଦାନ କ୍ଷେତ୍ରରେ ଉଚ୍ଚ ନ୍ୟାୟାଳୟରୁ ବ୍ୟକ୍ତିଗତ ଆଦେଶ ନଆଣି ସମସ୍ତ ଆରଏସିପି ପାଇଥିବା ଅବସର ନେଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ବିଭାଗୀୟ ପତ୍ର ଆଦେଶ ମାଧ୍ୟମରେ ପେନସନ ପ୍ରଦାନ କରିବା ଆଦି ଦାବି ରହିଛି | ଏହି ଦାବି ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିଛନ୍ତି | ଯଦି ସରକାର ଦାବୀ ନମାନନ୍ତି ତେବେ ଚଳିତ ମାସ ୧୭ ତାରିଖ ଠାରୁ ସମୂହ ଛୁଟିରେ ରହିବେ ବୋଲି ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ତରଫରୁ ସୂଚନା ଦିଆଯାଇଛି | ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପ୍ରଭାକର ମୁଦୁଲି, ଅର୍ଜୁନ ଭତ୍ରା, କାଳୀପଦ କୀର୍ତ୍ତନିଆ ଓ ହଳଧର ଜାନୀ ପ୍ରମୁଖ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More