ନବରଙ୍ଗପୁର(ସଂଘର୍ଷ ମିଡିଆ) : -ଜିଲ୍ଲାରେ ବସବାସ କରୁଥିବା ବାଙ୍ଗାଳି ସମ୍ପ୍ରଦାୟଙ୍କୁ ସହଜରେ ମିଳିବ ଜାତିଗତ ପ୍ରମାଣପତ୍ର, ହାତ ପାହାନ୍ତା ରେ ମିଳିବ ବଙ୍ଗାଳି ସମ୍ପ୍ରଦାୟଙ୍କୁ ପାଠପଢା ସାଙ୍ଗକୁ ଚାକିରୀ ଓ ଜମି କିଣାବିକାରେ ଆଉ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡ଼ିବନି lଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଥିବା କହିଛନ୍ତି ରାଇଘର ଉମରକୋଟର ବଙ୍ଗାଳି ସମ୍ପ୍ରଦାୟ ଲୋକେ l ଆଗରୁ ଥଇଥାନ ହୋଇଥିବା ବଙ୍ଗୀୟ ଲୋକଙ୍କୁ ସରକାରୀ କାଗଜପତ୍ର ନିମନ୍ତେ କଳା ବହିକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଏହିି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛନ୍ତି l ସରକାରୀ କାର୍ଯ୍ୟାଳୟରେ ଆଉ କଳା ବହି ଆବଶ୍ୟକ ପଡ଼ିବ ନାହିଁ l ଏଥିପାଇଁ ଏକ ସ୍ବତନ୍ତ୍ର ଚିଠି ପ୍ରକାଶ ପାଇବା ପରେ ବଙ୍ଗୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା l ଏହି ଅବସରରେ ସ୍ଥାନୀୟ ବଙ୍ଗୀୟ ସମାଜ ପକ୍ଷରୁ ଆଜି ରାଇଘର କୋଦଭଟ୍ଟା କାଳୀମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l