କଳା ଓ ସଂସ୍କୃତି ଆମ ପରିଚୟ: ସୁରେସନ୍ ସାମଲ

17

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : ଫଟଲାଇଜର ସ୍ଥିତ କନଷ୍ଟ୍ରକସନ କଲୋନୀ ଦୁର୍ଗା ଓ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ସଭାପତି ଶ୍ରୀ ରାଜେଶ ଜେନାଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଲକ୍ଷ୍ମୀପୂଜା ବହୁ ଧୁମ୍‌ଧାମରେ ପାଳିତ ହୋଇଛି | ଏହି ଅବସରରେ କମିଟି ପକ୍ଷରୁ ସୋମବାର ସନ୍ଧ୍ୟାରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ଏହି ପ୍ରତିଯୋଗିତା ରେ ଏଜିଏସ୍ ଆଡଭାନ୍ସ ଜବ୍ ସଲ୍ୟୁସନ୍‌ର ସୁରେସନ୍ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ! କଳା ଓ ସଂସ୍କୃତି ହେଉଛି ଆମର ପରିଚୟ !ତେଣୁ କରୋନା ଦୁଇବର୍ଷ ପରେ କମିଟି ପକ୍ଷରୁ ଚଳିତ ବର୍ଷ ଲକ୍ଷ୍ମୀପୂଜା ଆୟୋଜନ ହେଉଥିବାରୁ ଶ୍ରୀ ସାମଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ | ଏଥିସହ ବିଭିନ୍ନ ନୃତ୍ୟ ପ୍ରତିଯୋଗୀଙ୍କ ଭିତରେ ଥିବା ଦକ୍ଷତାକୁ ପ୍ରତିଫଳିତ କରିବା ପାଇଁ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ମନସ୍ଥ କରିଥିଲେ ବୋଲି କହିଥିଲେ । ଏଥିରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଥିବା ୩୫ରୁ ଉର୍ଦ୍ଧ ନୃତ୍ୟଶିଳ୍ପୀ ଅଂଶ ଗ୍ରହଣ କରିଥିଲେ।ନୃତ୍ୟଶିଳ୍ପୀଙ୍କୁ ନୃତ୍ୟର ଦକ୍ଷତା କୁ ପରଖିବା ପାଇଁ ବିଚାରକ ଭାବେ ଜୁଲି କର,ବିଶ୍ବରଞ୍ଜନ ମହାରଣା,ଜାଭିଦ୍ ଟୋପେ ଉପସ୍ଥିତ ଥିଲେ | ପରେ ମୁଖ୍ୟ ଅତିଥି ସୁରେସନ୍ ସାମଲ କନିଷ୍ଠ ଓ ବରିଷ୍ଠ ବର୍ଗରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମକୁ ଆଶୁତୋଷ ଜେନା, ଋଷିକାନ୍ତ ଦାସ,ନିର୍ମଳ ଦାସ, ଅଭିନାଶ ଜେନାଙ୍କ ସହ କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ଦିନରେ କମିଟି ପକ୍ଷରୁ ଭଜନ ସନ୍ଧ୍ୟା,ପାଲା ସହ ବିଭିନ୍ନ୍ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ରହିଛି ବୋଲି ସଭାପତି ଶ୍ରୀ ଜେନା ସୂଚନା ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More