କଳାହାଣ୍ଡିରେ ଯୋଗଦେଲେ ନୂତନ – ଏସପି

31

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଅଭିଳାଷ ଜି ଆଜି ଯୋଗଦାନ କରିଛନ୍ତି । ଯୋଗଦାନ କରିବା ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ଏମ୍ ରାମପୁର,ଥୁଆମୂଳ ରାମପୁର ଭଳି ସୀମାବର୍ତୀ ଅଞ୍ଚଳ ,ମାଓବାଦୀ ପ୍ରବଣ ହୋଇଥିବା ବେଳେ ମାଓ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ ଏବଂ ଟ୍ରାଫିକ ସମସ୍ୟା,ଅପରାଧ ନିୟନ୍ତ୍ରଣ ପ୍ରତି ଧ୍ୟାନ ଦେବେ ,ସେନେଇ ମତ ପ୍ରକାଶ କରିଛନ୍ତି । ନୂତନ ଏସପି ଅଭିଳାଷ ଜି ଏଥି ପୂର୍ବରୁ ନାରକୋଟିକ୍ସ ଓ ଏସ୍ଟିଏଫ ରେ ସଫଳତାର ସହ କାମ କରିଛନ୍ତି ।ଏଠାରେ ପୂର୍ବରୁ ଏସପି ଶ୍ରବଣ ବିବେକ ଏମ୍ ଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଦଳି ହେବା ପରେ ନୂତନ ଏସପି ଅଭିଳାଷ ଜି ଆଜି ଯୋଗ ଦେଇଛନ୍ତି ।କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଂଜନ ବଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More