କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଜଳ ସମ୍ପଦ ବିଭାଗର କାର୍ଯ୍ୟ ସମୀକ୍ଷ୍ୟା କଲେ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ
କଳାହାଣ୍ଡି ( ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମାଣୀକେରା ପଂଚାୟତଠାରେ ପହଂଚି ଥିଲେ ଜଳ ସମ୍ପଦ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ। ସୂଚନା ଅନୁଯାୟୀ ମାଣିକେରା ପଂଚାୟତ ଅନ୍ତର୍ଗତ ହାଣ୍ଡିଦର ଠାରେ ଜଳ ସେଚନର ବ୍ୟବସ୍ଥା କରିବା ପାଈଁ ମାଣୀକେରା କୃଷକ ସଂଗଠନ ଓ ଗ୍ରାମବାସୀ ବ୍ରୁନ୍ଦ ମିଶି ନର୍ଲା ନିର୍ବାଚନ ର ବିଧାୟକ ଶ୍ରୀ ଯୁକ୍ତ ଭୁପିନ୍ଦର ସିଂଙ୍କୁ ଏକ ଦାବିପତ୍ର ଜଣାଇଥିଲେ। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସିଂ ଗ୍ରାମବାସୀ ଙ୍କ କଥାକୁ ରଖି ଏହି ସବୁ ବିଷୟ କୁ ନେଇକି ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଦାସଙ୍କୁ ଅବଗତ କରାଇଥିଲେ ଏବଂ ଶ୍ରୀଯୁକ୍ତ ଦାସ ବିଧାୟକ ଙ୍କ ଆହ୍ବାନ କ୍ରମେ ଆଜି କଳାହାଣ୍ଡି ଜିଲ୍ଲାର ମାଣିକେରା କୁ ଗସ୍ତ କରିଥିଲେ ସେଠୀକୁ ପହଞ୍ଚିଲା ପରେ ଶ୍ରୀଯୁକ୍ତ ଦାସ ଚାଷୀ ମାନଙ୍କ ଦାବିପତ୍ର କୁ ଶୁଣି ତାଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ ଏବଂ ଏହି କାର୍ଯ୍ୟକୁ ଶୀଘ୍ର କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସିଂ, ଗୋବିନ୍ଦ ଶତପଥି, ମାଣିକେରା ପଂଚାୟତ ର ସରପଞ୍ଚ, irrigation Dept Chief engineer ଗୋପାଳ ଚନ୍ଦ୍ର ଦାସ ଓ ମାଣିକେରା ଚାଷୀ ସଂଗଠନ ରା secretary ଯୋଗେନ୍ଦ୍ର ଧରୁଆ ଉପସ୍ଥିତ ରହିକି କାର୍ଯ୍ୟ କୁ ଆଗକୁ ନେଇଥିଲେ। ମ.ରାମପୁରରୁ ଯଶୋବନ୍ତ ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନୀଉଜ ।