କଳାହାଣ୍ଡି ଜିଲ୍ଲା ବେଲଖଣ୍ଡି ଗସ୍ତରେ 5T ସଚିବ ଭି.କେ.ପାଣ୍ଡିଆନ

17

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : କଳାହାଣ୍ଡି ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନ କଳାହାଣ୍ଡିକୁ ଦୁଇ ଦିନିଆ ଗସ୍ତରେ ଆସି ପୂର୍ବାହ୍ନ ୧୧ ଟାରେ ଐତିହାସିକ ଶୈବପୀଠ ବେଲଖଣ୍ଡିରେ ପହଂଚିଥିଲେ l ଘୁମୁରା ଓ ଗଣା ବାଜା ତାଳେ ତାଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁ ଓ କର୍ଲାମୁଣ୍ଡା ବିଡ଼ିଓ ସୁଚିତା ମୁଗ୍ରୀ ସ୍ୱାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ l ଶ୍ରୀ ପାଣ୍ଡିଆନ ମନ୍ଦିର ପରିଦର୍ଶନ କରି ପରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ l ସେ ଉପସ୍ଥିତ ହଜାର ହଜାର ମା ମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମା ମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ । ବେଲଖଣ୍ଡି ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ବ୍ୟବସ୍ଥା କରିବେ ବୋଲି ସେ ପ୍ରକାଶ କରିଥିଲେ l ସେ ଦୁଇ ବ୍ଲକର ପ୍ରମୁଖ ସମସ୍ୟାର ଦାବୀପତ୍ର ସବୁ ଗ୍ରହଣ କରି ସଭା ମଧ୍ୟକୁ ଆସି ମା ମାନଙ୍କ ସହ କିଛି ଆଲୋଚନା କରି ମ ରାମପୁର ଅଭିମୁଖେ ଯାତ୍ରା କରିଥିଲେ l ସଚିବଙ୍କ ସହ ଜିଲ୍ଲାପାଳ ପି ଅନ୍ଵେଷା ରେଡି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରକାଶଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More