କଳାହାଣ୍ଡି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ

17

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) :- କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସହର ଭବାନୀପାଟଣା ସ୍ଥିତ ମ୍ୟାରେଜ ପେଲେସ ଠାରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ । ଜିଲ୍ଲା ସଭାନେତ୍ରୀ ନିରୁପମା ନାମକ ଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ବିଭିନ୍ନ ବ୍ଳକ୍ ରୁ ଶତାଧିକ ମହିଳା ଯୋଗଦାନ କରିଥିବାବେଳେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ବବିତାପାତ୍ର ଯୋଗ ଦେଇ ମହିଳା ସଂଗଠକୁ ମଜଭୁତ କରିବାପାଇଁ ଉପସ୍ଥିତ ଥିବା ମହିଳାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସରକାର ବିରୋଧରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ପ୍ରସ୍ତୁତ କରାଯାଇଥିବା ଚିଠା ପ୍ରସ୍ତାବକୁ ଜିଲ୍ଲା ଉପସଭାନେତ୍ରୀ ବିନିତା ଦାଶ ପଠନ ସହ ବିଭିନ୍ନ ପଡ଼ାରୁ ଲକ୍ଷ୍ମୀ ସାହୁ, ଶର୍ମିଷ୍ଠା ମିଶ୍ର, ଓ ଟ୍ୱିଙ୍କଲ ବିଶ୍ୱାଲଙ୍କୁ ମହିଳା ମୋର୍ଚ୍ଚରେ ସାମିଲ କରାଇଥିଲେ।ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ନମିତା ରାଣୀ ସାହୁଙ୍କ ସମତେ ବହୁ ବିଜେପି ନେତା କର୍ମୀ ସାମିଲ ହୋଇଥିଲେ। ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ସଂମ୍ପାଦିକା ଶୋଦ୍ଭାବ ଗିନୀ ପାତ୍ର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More