କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ତରଫରୁ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ

16

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ୨୪.୦୭.୨୦୨୩ ରିଖ ଦିନ ପୂର୍ବାହ୍ନ ୨ଟା ସମୟରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ତରଫରୁ ମଣିପୁର ରାଜ୍ୟରେ ଆଦିବାସୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ଦେବା ସହିତ ମହିଳା ମାନଙ୍କୁ ଉଲଗ୍ନ କରି ରାଜ ରାସ୍ତାରେ ଚଳେଇବା ପ୍ରତିବାଦରେ ଭବାନୀପାଟଣା ଷ୍ଟେଚ୍ୟୁଛକ ଠାରେ ଭାରତର ପ୍ରଧାନମନ୍ତ୍ରୀ,ଗୃହରାଷ୍ଟ୍ର ମନ୍ତ୍ରୀ,ଓ ମଣିପୁର ମୁଖ୍ୟ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏବଂ କେନ୍ଦ୍ରସରକାରଙ୍କୁ ଆଜି ଚେତାବନୀ ଦିଆଯାଇଥିଲା, ତୁରନ୍ତ ମଣିପୁର ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘର ସଭାପତି ପରମାନନ୍ଦ ମାଝୀ, ସଂଗଠନିକ ସଂପାଦକ ସୁରେଶ ମାଝୀ ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇ ଥିବା ବେଳେ, ପରମେଶ୍ବର ଶବର, ଭଗବାନ ଜଗନ୍ନାଥ ମାଝୀ, ଦେଓଗାଁ ପଞ୍ଚାୟତ ଉପସଭାପତି ପୂର୍ଣ୍ଣଚନ୍ଦ୍ର ଶବର,ନଗର ସଭାପତି ଭାଗ୍ୟବତୀ ମାଝୀ, ଆଦିବାସୀ ସଭାପତି ମହିଳା ସଂଗଠନ କୁନ୍ତଳା ଶବର, ସଂପାଦକ ଚମ୍ପେ ଶବର,କ୍ଷିର ଶବର, ରଞ୍ଜିତ ଶବର,ରିଙ୍କି ମାଝୀ, ଗାୟତ୍ରୀ ମାଝୀ, ରିତା ମାଝୀ,ଅଞ୍ଜଳୀ ମାଝୀ,ଝରଣା ମାଝୀ,ଦେବକୀ ମାଝୀ, ଗୋମତୀ ମାଝୀ,ନଳିନୀ ଶବର,ବିଶାଖା ଶବର, ପ୍ରମୁଖ ଯୋଗଦାନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More