କଳାହାଣ୍ଡି ଜାଗ୍ରତ ସମିତି ପାର୍ଟି ପକ୍ଷରୁ ୫ ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

44

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – -ସି,ପି, ଆଇ (ଏମ ଏଲ) କଳାହାଣ୍ଡି ଜାଗ୍ରତ ସମିତି ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କଙ୍କ ଉଦେଶ୍ୟରେ ସ୍ଥାନିୟ ଚାରିଛକ ଠାରୁ ବିରାଟ ଶୋଭାଯାତ୍ରାରେ ଆସି ଏମ, ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା ଓ ତହସିଲ ଦାର ସୁଧାକର ରହିତାଙ୍କୁ ୫ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ ଓ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜଙ୍ଗଲ ଜମି ରେ ବସବାସ କରୁଥିବା ପଦର (ଗାଁ) ଗୁଡ଼ିକର ଦାବି ଦାର ମାନଙ୍କୁ ଜଙ୍ଗଲ ଜମି ସିରୋନାମା ଦେଇ ସେହି ମାନଙ୍କୁ ତାଙ୍କ ବସତି ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସାମିଲ କରାଯାଉ, ଉକ୍ତ ପଦର ଗାଁ ଗୁଡ଼ିକର ରାସ୍ତା, ଘାଟ, ବିଦ୍ୟୁତ, ସ୍କୁଲ,ମିନି ଅଙ୍ଗନଓ୍ବାଡି କେନ୍ଦ୍ର ଯୋଗାଇ ଦିଆଯାଉ, ଉକ୍ତ ଗାଁକୁ ରାଜସ୍ବ ଗ୍ରାମ ମାନ୍ୟତା ଦିଆଯାଉ,ମୋ ଜଙ୍ଗଲ ଜମି ଯୋଜନା ରେ ଅନ୍ତର୍ଭୁକ୍ତ କରି ଜଙ୍ଗଲ ଜମି ରେ ବସବାସ କରି ଆସୁଥିବା ପ୍ରତେକ ପଦର ଗାଁ ଗୁଡ଼ିକରେ ପଲ୍ଲୀ ସଭା କରି ସେହି ଦାବି ଦାରଙ୍କ ମଧ୍ୟରେ ଜଙ୍ଗଲ ଜମି କମିଟି ଗଠନ କରି ତାଙ୍କର ଅଧିକାର ପ୍ରଦାନ କରାଯାଉ, ୬୦ ବର୍ଷ ରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ମାନଙ୍କୁ ୧୦୦୦/- ଭତ୍ତା ପ୍ରଦାନ କରାଯାଉ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପ୍ରଧାନ,ସହ ସମ୍ପାଦକ ଦୟାସାଗର ନାଏକ, ନର୍ଲା ବ୍ଲକ ସମ୍ପାଦକ ଫକିର ଚରଣ କଣ୍ଡାଦୋରା, ବିଶ୍ଵନାଥପୁର ବ୍ଲକ ସମ୍ପାଦକ ଚନ୍ଦ୍ର ହରିଜନ, ମ, ରାମପୁର ବ୍ଲକ ସମ୍ପାଦକ ଲଛମନ ଧରୁଆ, ଜୁନାଗଡ଼ ବ୍ଲକ ସମ୍ପାଦକ ବିପିନ ନାଏକ,ବ୍ରାଞ୍ଚ କମିଟି ସମ୍ପାଦକ ବଲମ ଧରୁଆ, ପିଲି ମାଝୀ,ଢୁସା ମାଝୀ,ଖଡି ରାମ ଧରୁଆ,ପଦ୍ମନ ଦୋରା ଆନନ୍ଦ ପାତ୍ର ପ୍ରମୁଖ ହଜାର ହଜାର ଆଦିବାସୀ ମହିଳା ପୁରୁଷ ଯୋଗ ଦେଇ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More