କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ,୫ମାଓବାଦୀ ନିହତ ଓ ୨ଯବାନ ସହିଦ

13

Get real time updates directly on you device, subscribe now.

କଳାହାଣ୍ଡି ( ସଂଘର୍ଷ ମିଡିଆ ) : ମାଓବାଦୀ ଓ ପୋଲିସ ବାହିନୀର କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ମାଓବାଦୀ ମଧ୍ୟରେ ଗତକାଲି ଗୁଳି ବିନିମୟ ଘଟି ପାଞ୍ଚଜଣ ମାଓବାଦୀ ନିହତ ହୋଇଥିବାବେଳେ ୨ଜଣ ଜବାନ ସହିଦ ହୋଇଥିବା ସୂଚନା ମିଳିଛି। ଆଜି ପୋଲିସ ଡିଜି ଅଭୟ କଳାହାଣ୍ଡି ଗ୍ରସ୍ତରେ ଆସି ଭବାନୀପାଟଣା ରିଜର୍ଭ ପଡିଆ ଠାରେ ସମୀକ୍ଷା କରି କହିଥିଲେ ପୋଲିସଙ୍କୁ ଏହା ବଡ଼ସଫଳତା। ଏହି ଦୁଇସହିଦ ଯବାନଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ସୁଧୀର କୁମାର ଟୁଡୁ ଓ ଅନ୍ୟଜଣେ ଅନୁଗୁଳ ଜିଲ୍ଲାର ଦେବାଶିଷ ସେଠୀ।ଉକ୍ତ ଦୁଇ ଜବାନଙ୍କ ମରଶରୀରରେ ଡିଜି ଅଭୟ , ବିରୋଧୀଦଳ ନେତା ପ୍ରଦୀପ ନାୟକ ଓ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ଜିଲାପାଳ ଗାଭିଲ ପରାଗହର୍ଷ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରେ ପରେ ସହିଦ ଦ୍ୱୟଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଦୁଇ ଜଣ ଜବାନଙ୍କ ମରଶରୀରକୁ ନିଜ ଜନ୍ମମାଟିକୁ ପଠା ଯାଇଥିଲା। କଳାହାଣ୍ଡିରୁ ସଂଜୀବ ରଥଙ୍କ ସହ ନାରାୟଣ ନାୟକଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More