କଳାହାଣ୍ଡିରେ ପ୍ରହସନରେ ପାଲଟିଛି ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା

41

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : ତା ୪.୬.୨୨ ରିଖ ଦିନ ପ୍ରାଣୀ ସହାୟତା ଆମ୍ବୁଲାସ ସେବା କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ଵାରା ଶୁଭ ଉଦ୍‌ଘାଟନ କରାଯାଇଥିଲା । ମୁଖ୍ୟ ଆଭିମୁଖ୍ୟ ଭବାନୀପାଟଣା ମ୍ୟୁନ ସିପାଲଟି ଅଞ୍ଚଳରେ ଅସୁସ୍ଥ ଓ ଦୁର୍ଘଟଣାଗ୍ରସ୍ତ ବୁଲା ଜୀବଜନ୍ତୁଙ୍କୁ ଜରୁରୀ ଚିକିତ୍ସା ଯୋଗାଇଦେବା ପାଇଁ ଏବଂ ଏଥିପାଇଁ ଟୋଲ ଫ୍ରି ନଂ ୧୯୬୨କୁ ଯେକୌଣସି ବ୍ୟକ୍ତି ଫୋନ କରି ଜଣାଇପାରିବ। ଏହି ସେବା ସକାଳ ୬ଘଣ୍ଟା ଠାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ନିଃଶୁକ୍କ। କିନ୍ତୁ ଯୋଜନା ଆରମ୍ଭର ମାତ୍ର କିଛିଦିନ ହୋଇଥିଲେ ମଧ୍ୟ ଏହାରି କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି। ଦିଦିନ ହେଲ ଏକ ଗାଇ ରାମନଗର ପଡ଼ାରେ ଅସୁସ୍ଥ ଅବସ୍ଥରେ ପଡ଼ିରହିଥିଲା ସ୍ଥାନୀୟ ଲୋକେ ଗାଇକୁ ଖାଇବା ପିଇବାକୁ ଦେଲେ ହେଲେ ଗାଇ ଅସୁସ୍ଥ ହୋଇପଡ଼ିରହିଲା ଏହା ପରେ ସ୍ତ୍ରୀମାନେ ଆଇନ ଜୀବି ତଥା ସ୍ଵେଛାସେବୀ ବିନୀତା ଦାଶଙ୍କୁ ଖବର ଦେଲେ। ବିନୀତା ଦାଶ ଓ ତାଙ୍କ ସାଥୀ ଗିତାଞ୍ଚଳି ସାହୁ,ସଂଯୁକ୍ତା ମହତୀ ପହଞ୍ଚ ପ୍ରାଣୀସହାୟତା ଆମ୍ମୁଲାସ ସେବା ୧୯୬୨କୁ ବାରମ୍ଵାର ଯୋଗାଯୋଗ କଲେ ମଧ୍ୟ ଫୋନ ଲାଗୁନଥିଲା ଏହାକୁ ନେଇ ଅଞ୍ଚଳରେ କିଛି ସମୟ ଉତେଜନା ଦେଖାଯାଇଥିଲା । ବିନୀତା ତୁରନ୍ତ A.R.C.O । Temସହଯୋଗାଯୋଗ କରିବାରୁ ସେମାନେ ତୁରନ୍ତ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରି ପ୍ରାଣୀସହାୟତା ଗାଡି କୁ ଜଣାଇବାରୁ ପହଞ୍ଚ ଥିଲେ । ଏପରି ସେବା ଆରମ୍ଭ କରି ଘରେ ନପଶୁଣୁ ମୁଣ୍ଡରେ ଚାଲବାଜୀଲାଣି ଆଗକୁ କଣ ହେବ । ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ନ ଦେଲେ ଯେଉଁ ଉଦେଶ୍ୟ ନେଇଯୋଜନା ଆରମ୍ଭ କରାଯାଇଛି। ସଫଳ ହେବାରେ ପ୍ରଶ୍ନ ବାଚି ସୃଷ୍ଟି ହେବା ସ୍ୱାଦ୍ଭାବିକ । କଳାହାଣ୍ଡି ଭବାନୀପାଟଣାରୁ ସଂଞ୍ଚିବ ରଥଙ୍କ ସହ ନାରାୟଣ ପ୍ରସାଦ ନାଯୁକଙ୍କ ରିପୋଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More