କଳାହାଣ୍ଡିରେ ଓଡ଼ିଶା କୃଷକ ସଂଗଠନର ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ

20

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – ଓଡ଼ିଶା କୃଷକ ସଂଗଠନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ୱଜିତ୍ ଟାଟାର୍ଜିଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମ ପଞ୍ଚାୟତ ଅଧୀନ ଦେପୁର ବଜାର ପଡିଆ ଠାରେ ତୃତୀୟତମ କଳାହାଣ୍ଡି ଜିଲ୍ଲା କୃଷକ ସମ୍ବିଲନୀ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଦେପୁର ଗ୍ରାମ ଦେଇ ଯାଇଥିବା ରାଜ ରାସ୍ତାରେ ନାରl ବାଜି କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କୃଷକ ମାରଣା ନୀତି ବିରୋଧରେ ନାରାବାଜିଦେଇ ଏକ ଶୋଦ୍ଭାଯାତ୍ରାରେ ବାହାରି ସଭାସ୍ଥଳରେ ପହଞ୍ଚି ଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ କଳାହାଣ୍ଡି ର ଅନେକ ବ୍ଳକ୍‌ର ଚାଷୀ ମାନେ ଉପସ୍ଥିତ ଥିଲେ ବକ୍ତାମାନେ ମୁଖ୍ୟତଃ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ପ୍ରକାଶ କରି କିପରି ସମସ୍ତ ଚାଷ ର ଉପଯୁକ୍ତ ମୂଲ୍ୟ କିପରି ଚାଷୀ ପାଇବେ ।ଓ ଚାଷୀ ଶ୍ରମିକ ମାନେ କିପରି ରୋଜଗାର ପନ୍ଥା ପାଇବେ । ତତ୍‌ସହିତ ଚାଷୀମାନେ ଧାନ ମଣ୍ଡି ରେ ସୁବିଧାରେ ଧାନ ବିକ୍ରି କରି ପାରିବେ। ଏବଂ ସର୍ବନିମ୍ନ ଧାନ କ୍ଯୁ ଣ୍ଟାଲ ମୂଲ୍ୟ 3000 ଓ କପା କ୍ୟୁଣ୍ଟା ଲ ମୂଲ୍ୟ 12000 କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କୁ ଅନୋରୁଧ କରିଥିଲେ। ।ଯଦି କୃଷକ ମାନଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦେଇଛନ୍ତି। କଳାହାଣ୍ଡି ରୁ ସଂଞ୍ଚିବ ରଥ ଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More