ଯାଜପୁର (ସଂଘର୍ଷ ମିଡିଆ ) : ସର୍ବ ଭାରତୀୟ ଗଣତାନ୍ତ୍ରିକ ଯୁବ ଛାତ୍ର ସଂଗଠନ(AIDYO) ଭାରତଛାଡ଼ ଆନ୍ଦୋଳନରେ ବରୀ ବୀର ମାଟିର ସୁଯୋଗ୍ୟ ସନ୍ତାନ ସହିଦ୍ ହୋଇଥିବା ଅମ୍ଳାନ ପ୍ରତିଭା ସାଉଁଟି ସାନନ୍ଦ, ହାଡ଼ିବନ୍ଧୁ, ମାୟାଧରଙ୍କ ସ୍ମୃତି ଉଦ୍ଧେଶ୍ୟରେ କଳାମାଟିଆ ସ୍ଥିତ ସହିଦ୍ ପୀଠଠାରେ ଏକ ସହିଦ୍ ସ୍ମୃତି ଦିବସ ଡ଼ି.ଆଇ.ଓ ର ଜିଲ୍ଲା ସଭାପତି ଅଭିମନ୍ୟୁ ମଲ୍ଲିକଙ୍କ ସଭାପତିତ୍ୱରେ ସହିଦ୍ ସ୍ମୃତି ଦିବସ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା । ବରୀ ଅଞ୍ଚଳର ବରିଷ୍ଠ ସମାଜସେବୀ ମଦନମୋହନ ପତି ଏବଂ ଶିକ୍ଷାବିତ୍ କୁଞ୍ଜବିହାରି ଦାଶ ପ୍ରଥମେ ସହିଦ୍ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଶୁଭ ଆରମ୍ଭ କରିଥିଲେ । ସହିଦ୍ ମାନଙ୍କର ବଳିଦାନ ତ୍ୟାଗ ଓ ଦେଶପ୍ରେମ ଓ ବଳିଦାନ ସମଗ୍ର ଦେଶ ବାସୀଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବା ସହିତ କଳାମାଟିଆ ଜାତୀୟ ସ୍ମାରକୀରେ ପରିଣତ କରିବା ଏବଂ ଅଗଷ୍ଟ ୨୬ ତାରିଖଟିକୁ ଆଞ୍ଚଳିକ ସ୍ତରରେ ପ୍ରଶାସନିକ ସ୍ୱୀକୃତି ଦେବା ସହିତ ପ୍ରଶାସନିକ ସ୍ତରରେ ଏହି ଦିବସଟିକୁ ପାଳନ କିମ୍ବା ଛୁଟି ଘୋଷଣା କରାଯାଉ ବୋଲି ଦାବୀ ରଖିଥିଲେ । ଏହି ଦିବସ ପରିପେକ୍ଷିରେ ଏକ ମଟର ସାଇକେଲ ଶୋଭାଯାତ୍ରା ଯାଜପୁରର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ବଭାଯାତ୍ରାକାରୀ ଦଳ ଶିବାଛକ ଠାରୁ ବାହାରି ମାଳଦା, ବାଲିଆପାଳ,ଶଙ୍କାରୀଗଡା ଦେଇ ବରୀମାଉଣ୍ଡ ଠାରେ ପହଞ୍ଚିଥିଲେ ବରୀମାଉଣ୍ଡ ଠାରେ ଅବସରପ୍ରାପ୍ତ ସୈନିକ ସଂଘ ତରଫରୁ ଗୟାଧର ଦାସ,ପ୍ରଦୀପ ଖୁଣ୍ଟିଆ, କବିର ଦାସ,ପ୍ରହଲ୍ଲାଦ ସିଂ ବରୀମାଉଣ୍ଡ ସ୍ଥିତ ବଜାର ଠାରେ ଏହି ଶୋଭାଯାତ୍ରାକୁ ପୁଷ୍ପମାଲ୍ୟ ଦ୍ୱାରା ସ୍ୱାଗତ କରିଥିଲେ । ତାପରେ ସ୍ବଭାଯାତ୍ରାକାରୀ ବରୀମାଉଣ୍ଡ, ଦରଘା,ଅଲିପୁର ,ଭବାନିପୁର,ବାଲିବିଲ,ରାଜାତୋଟା ଖେମେଶ୍ୱର ,ଅନ୍ୟାସୀପୁର ମଧ୍ୟରେ ସହିଦ୍ ମାନଙ୍କ ଉଦ୍ଦେଶ୍ୟ ରେ ସ୍ଲୋଗାନ ଦେଇ ସହିଦ୍ ପୀଠଠାରେ ପହଞ୍ଚି ଥିଲେ । ଏହି କାର୍ଯ୍ୟକ୍ରମରେ ଜଗବନ୍ଧୁ ମଲ୍ଲିକ,ଅକ୍ଷୟ ପଣ୍ଡା ,ଚୈତନ୍ୟ ମହାରଣା,ମାନଗୋବିନ୍ଦ ସାହୁ,ଭାଗିରଥି ବାରିକ,ନିଗମାନନ୍ଦ ଦାସ,ପ୍ରଶାନ୍ତ ସ୍ୱାଇଁ,ଅଜୟ ସାହୁ, ଭବାନୀଶଙ୍କର ସାହୁ,ଶରତ ବାରିକ, ସୁବାଷ ମଲ୍ଲିକ,କୁମୁଦିନୀ ରଥ,ପ୍ରଦୀପ ମହାରଣା,ସମାଜ ସେବୀ ସତ୍ୟ ରଞ୍ଜନ କର,ସାଗର ରଞ୍ଜନ ବେଉରିଆ,ସ୍ନେହାଶୁ ଶେଖର ମହାନ୍ତି, କିଶୋର ମଲ୍ଲିକ, ପବିତ୍ର ଦାସ,ପ୍ରଶାନ୍ତ ରାଉତ, ପ୍ରବୀର ଧଳ,ଶିକ୍ଷାବିତ ପର୍ଶୁରାମ ପରିଡ଼ା ପ୍ରଭୃତି ଉପସ୍ଥିତ ଥିବା ଵେଳେ ବହୁ ଲୋକଙ୍କ ସମାଗମ ହୋଇଥିଵାର ଦେଖିବାକୁ ମିଳିଥିଲା ।
Get real time updates directly on you device, subscribe now.