କଲମ ପଂଚାୟତର ସରପଞ୍ଚଙ୍କ ଏକଛତ୍ର ବାଦ ଶାସନ

12

Get real time updates directly on you device, subscribe now.

କଳାହାଣ୍ଡି( ସଂଘର୍ଷ ମିଡିଆ ) : ରାଜ୍ୟସରକାର ୫ଟି ମାଧ୍ୟମରେ ବିଭିନ୍ନ ଯୋଜନାର ସ୍ୱଚ୍ଛତା ନେଇ ସଫଳ ରୂପାୟନ କରୁଥିବାବେଳେ ତାହାର ବ୍ୟତିକ୍ରମ ଘଟିଛି କଲମ ପଂଚାୟତରେ। ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକରୁ ୨୨ କିଲୋମିଟର ଅଧିନସ୍ଥ କଲମ ଗ୍ରାମପଂଚାୟତ । ଏହି କଲମ ପଂଚାୟତର ସରପଞ୍ଚ ରାଜ୍ୟ ସରକାରଙ୍କର ୫ଟିକୁ ଜଳାଞ୍ଜଳୀ ଦେଇ ନିଜେ ଚଳାଇଛନ୍ତି ଏକଛତ୍ର ଶାସନ ବୋଲି ପଂଚାୟତ ବାସି ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି କି ସମ୍ପୃକ୍ତ ସରପଞ୍ଚ ନିଜର ଗୁଣ୍ଡାଗରଦିରେ କାର୍ଯ୍ୟ କରିଥାନ୍ତି। ପଂଚାୟତ ଅଧୀନରେ ହୋଇଥିବା ମନରେଗା କାର୍ଯ୍ୟର କାମ କରିଥିବା ଜବକାର୍ଡ଼ ଧାରୀଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିନାହାନ୍ତି। ସାଧାରଣ ଲୋକେ କୁହନ୍ତି ଆମେ କରୋନା ମହାମାରୀ ସମୟରେ ପରିବାର ପ୍ରତିପୋଷଣ ଓ ପେଟ ଚାଖଣ୍ଡ ପାଇଁ ଆମେ ମାଟିକାମ କରିଥିଲୁ। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନିୟମ ରହିଛି ଜବ କାର୍ଡଧାରୀଙ୍କ ପାସବୁକ ମଧ୍ୟରେ ସେମାନଙ୍କର ମଜୁରି ପ୍ରଦାନ କରିବା କଥା । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ ଆସିନଥିବା ଓ ଉକ୍ତ ଟଙ୍କାକୁ ସରପଞ୍ଚ ଚଳୁ କରିଥିବା ପଂଚାୟତର ଜନସାଧରଣରେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନ କହିଲେ ଭଲ,କାରଣ ପୂର୍ବରୁ ଘର ସମ୍ପୁର୍ଣ୍ଣ କରିଥିବା ଲୋକ ଟଙ୍କା ପାଇ ନଥିବା ସ୍ଥଳେ ବର୍ତ୍ତମାନ ଘର ସମ୍ପୂର୍ଣ୍ଣ କରିଥିବା ଲୋକ ମଧ୍ୟ ଟଙ୍କା ପାଇନାହାନ୍ତି। ତେବେ ପଂଚାୟତବାସୀ ସରପଞ୍ଚଙ୍କ ନିକଟକୁ ଗଲେ ସେ ସେମାନଙ୍କୁ ନାଲି ଆଖି ଦେଖେଇ ଧମକ ଦେଇ ବିଦାକରନ୍ତି ବୋଲି ବୈଦନାଥ ରଣା, ଟଙ୍କଧର ଶବର, ମଧୁସୂଦନ ସା ପ୍ରମୂଖ ପଂଚାୟତର ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ସରପଞ୍ଚଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ କ୍ୟାମେରା ସାମ୍ନାରେ କିଛି ନ କହି ଲୁଚିଥିଲେ। ଭବାନୀପାଟଣା ବିଡ଼ିଓ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଥିଲେ ମୁଁ ଏବେ କୋଭିଡ ଡିଉଟିରେ ଅଛି କିଛି କହିପାରିବି ନାହିଁ। ପଂଚାୟତର ଜିଆରଏସଙ୍କୁ ପଚାରିବାର ସେ କୁହନ୍ତି ମୁ ଏବେ ନୂଆ ଆସିଛି କଣ ହୋଇଛି ବୁଝିବା।ତେବେ ରାଜ୍ୟସରକାର ୫ଟି ମାଧ୍ୟମରେ ସ୍ୱଚ୍ଛତା ଅବଲମ୍ବନ କରୁଥିବା ବେଳେ କଲମ ପଂଚାୟତ ଦୁର୍ନୀତିରେ ଉବୁଟୁବୁ ହେଉଛି। ତେଣୁ ଏଥିପ୍ରତି ଉଚ୍ଚ କତ୍ତୃପକ୍ଷ ଦୃଷ୍ଟିଦେଇ ପଂଚାୟତ ବାସୀଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି। କଳାହାଣ୍ଡିରୁ ସଂଜୀବ ରଥଙ୍କ ସହ ନାରାୟଣ ନାୟକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More