କଳାହାଣ୍ଡି(ସଂଘର୍ଷ ମିଡିଆ ) : – ରାଜ୍ୟରେ ଚାଲିଛି ସମବାୟ ସମିତି ନିର୍ବାଚନର ସର୍ଗରମ୍ ,ସେହିଭଲି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କଲମପୁର ,ମଣ୍ଡଳ, ବଡ଼କୁଟୃ ସମବାୟ ସମିତି ସଭାପତି ପଦବି ପାଇଁ ନାମାଙ୍କନ ପତ୍ର୍ ଦାଖଲ ହୋଇଛି l ଏଥିରେ କଲମପୁର ସମବାୟ ସମିତିରେ ଜଣେ ମାତ୍ର ପାର୍ଥିପତ୍ର ଦାଖଲ କରିଥିଲେ l କଲମପୁର ସମବାୟ ସମିତିରେ ପୂର୍ବରୁ ନିର୍ଦ୍ଵନ୍ଦ ଭାବେ ନିର୍ଦ୍ଦେଶକ ଆସନରେ ବିଜୟି ହୋଇଥିବା ଶ୍ରୀଯୁକ୍ତ ଶଙ୍କର୍ଷଣ ବେହେରା ସଭାପତି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ , ଏହି ଅବସରରେ କଲମପୁର ସମବାୟ ସମିତିର ଅବସର ପ୍ରାପ୍ତ ସମ୍ପାଦକ ପିତବାସ ସାହୁ,ପୁର୍ବତନ ବ୍ଲକ ଅଧ୍ୟକ୍ଷ୍ୟ ତଥା କ୍ରୁଷକ କଲ୍ୟାଣ ପରିଷଦର ସଭାପତି ମହେନ୍ଦ୍ର ନାଥ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନି,ପ୍ରଦିପ ବେହେରା , ଅରୁଣ ଜଗରିଆ , ଭବାନି ବେହେରା,ସୁଶିଳ ବେହେରା,ଅଭିମନ୍ୟୁ ବାଗ, ଟୁନା ସାହୁ,ଅଜିତ୍ ମୁଣ୍ଡ , ପ୍ରମୋଦ ନିମୁଲିଆ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ଅଧିକାରି ବିକାଶ ମାଝୀ ଙ୍କୁ ନାମାଙ୍କନ ପତ୍ର ଦାଖଲ କରିଥିଲେ l ନିର୍ଧାରିତ ସମୟ ଶେଷ ପର୍ଜ୍ୟନ୍ତ କଲମପୁର ସମବାୟ ସମିତିରେ କେବଲ ଜଣେ ମାତ୍ର ଶଙ୍କର୍ଷଣ ବେହେରା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ,ଶ୍ରୀ ବେହେରା ନିର୍ଦ୍ଵନ୍ଦ ଭାବରେ ସଭାପତି ଆସନର ବିଜେତା ଘୋଷଣା ହୋଇଥିଲେ l କଲମପୁର ସମିତି ର ସଭାପତି ଶଙ୍କର୍ଷଣ ବେହେରା ସମିତିର ସମସ୍ତ ବିଜୟି ନିର୍ଦ୍ଦେଶକ ଙ୍କ ସମର୍ଥନରେ ନିର୍ଦ୍ଵନ୍ଦ ଭାବରେ ବିଜୟି ହୋଇଥିବା ବେଳେ ଅଞ୍ଚଲର ସମସ୍ତ ଚାଷି ଖୁସିର ଲହରି ଦେଖିବାକୁ ମିଲିଛି l କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଞ୍ଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।