ନୂଆପଡା(ସଂଘର୍ଷ ମିଡିଆ ) : ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଉଦେଶ୍ୱରେ ଆଜି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବୋଡ଼େନ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ପକ୍ଷରୁ ବୋଡ଼େନ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଓ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ ।ସମ୍ନାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ ,ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମ ଶିଳା ନାଗ, ସ୍ଥାନୀୟ ସରପଞ୍ଚ ମଙ୍ଗଳ ସିଂ ଦଳ, ସମିତି ସଭ୍ୟା ମିନକ୍ଷି ମାଝୀ , ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀଣୀ ସୋଭରାଣୀ ମିଶ୍ର ,ବୋଡ଼େନ ବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ଭୋଇ , ଜିଲ୍ଲା ପ୍ରୋଗ୍ରାମ ମେନେଜର୍ ଦିଲ୍ଲୀପ କୁମାର ଦୁବେ ,ଜିଲ୍ଲା ମେଡ଼ିକାଲ ଅଫିସର ସୁଧୀର ନାଏକ ,ବୋଡ଼େନ ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ସଞ୍ଜୀବ କୁମାର ନାଏକ ପ୍ରମୁଖ ମଞ୍ଚାସିନ ଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଣୀ ସୋଭାରଣୀ ମିଶ୍ର ଙ୍କ ତତତ୍ଵାବଧାନରେ ଏହି ସ୍ବାସ୍ଥ୍ୟ ମେଳା ରେ ବୋଡ଼େନ ବ୍ଲକର ବିଭିନ୍ନ ଗାଁରୁ ଆସିଥିବା ୭୨୫ଜଣ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ରୋଗୀଙ୍କୁ ବିଭିନ୍ନ ବିଶେଷଜ୍ଞ ମାନଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରି ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରେ ମୋଟ ୫ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଗୋପାଳ ଚନ୍ଦ୍ର ମଲ୍ଲିକ ,ବୋଡ଼େନ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପୂର୍ଣ୍ୟବ୍ରତ ମହାପାତ୍ର, ଖଡିଆଲ ଉପଖଣ୍ଡ ଶିଶୁରୋଗ ବିଶେଷଜ୍ଞ ମହେନ୍ଦ୍ର ମାଝୀ,ଔଷଧ ବିଶେଷଜ୍ଞ ରଞ୍ଜିତ କୁମାର ରାଉତ,ବ୍ଲକ ପ୍ରୋଗ୍ରାମ ମେନେଜର ଅକ୍ଷୟ କୁମାର ମିଶ୍ର ,ଡକ୍ଟର ଚିତ୍ତରଞ୍ଜନ ରାଉତ,PHEO ଡକ୍ଟର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।