କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କର ସୁରକ୍ଷା ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

28

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟ।ଳୟରେ ଥିବା ମହିଳା କର୍ମଚାରୀଙ୍କର ସୁରକ୍ଷା ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡଃ ମିଶ୍ର କହିଲେ ଯେ ଜିଲ୍ଲା ପ୍ରଶାସନରେ ମହିଳା ମାନଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦାନ କରାଯାଉଛି । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମହିଳା ଯଦି ଅନୁଭବ କରନ୍ତି କି ସେ ଯୌନ ନିର୍ଯ୍ୟାତନା ର ଶିକାର ହେଉଛନ୍ତି ,ତେବେ ସେ ନିର୍ଭୟ ରେ ଏହା ବିରୋଧରେ ପ୍ରତିବାଦ କରିବା ଦରକାର । ଜିଲ୍ଲାର ସମସ୍ତ କର୍ମଚାରୀ ଆଇନକୁ ଭଲ ଭାବରେ ବୁଝି କର୍ମ କ୍ଷେତ୍ରରେ ସଜାଗ ରହିବା ସହିତ ମହିଳାମାନେ ସାହସର ସହିତ ତାଙ୍କ ଉପରେ ହେଉଥିବା ଅନ୍ୟାୟକୁ ପ୍ରତିବାଦ କରିବା ଦରକାରବୋଲି ଆହ୍ଵାନ ଦେଇଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ପ୍ରଶିକ୍ଷଣ ଶିବିର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟ।ଳୟରେ ମହିଳା ମାନଙ୍କ ଉପରେ ଯୌନ ନିର୍ଯ୍ୟାତନାର ନିବାରଣ ,ନିଷେଧ ଓ ନିରାକରଣ ଆଇନ-୨୦୧୩ ଅନୁଯାୟୀ ସ୍ଥାନୀୟ ଅଭିଯୋଗ କମିଟି ଓ ଜିଲ୍ଲା ସ୍ତରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇ ଥିବାର ସୂଚନା ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିବା କର୍ମଚାରୀ ମାନଙ୍କୁ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଉପରେ ଯୌନ ନିର୍ଯ୍ୟାତନାର ନିବାରଣ ,ନିଷେଧ ଓ ନିରାକରଣ ଆଇନ-୨୦୧୩ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ , ଯୌନ ନିର୍ଯ୍ୟାତନା କାହାକୁ କୁହାଯାଏ , ନିଯୁକ୍ତିଦାତାଙ୍କ ଦାୟିତ୍ଵ ସମୂହ , ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଓ ଜିଲ୍ଲା ସ୍ତରରେ ସ୍ଥାନୀୟ ଅଭିଯୋଗ କମିଟି ର ଗଠନ , ଦାୟିତ୍ଵ ,କ୍ଷମତା , ଅଭିଯୋଗ କରିବାର ପ୍ରକ୍ରିୟା , ତଦନ୍ତ ସମୟର ଅବଧି ଉପରେ ବିଶଦ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଥିଲା । ସାଧନ ବ୍ୟକ୍ତି ଭାବରେ ଜିଲ୍ଲା ସ୍ତରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ର ଅଧ୍ୟକ୍ଷା ମନୋରମା ମାଝି , ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଓକିଲ ମୀନାକ୍ଷୀ ପାଢୀ ଯୋଗଦେଇଥଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ,ପ୍ରକଳ୍ପ ପ୍ରଶାସକ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଭିମନ୍ୟୁ ମାଝି, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜିବ କୁମାର ସାହୁ , ଜିଲ୍ଲା ମଙ୍ଗଳ ଅଧିକାରୀ ସୃମତି ରଞ୍ଜନ ସାମନ୍ତରାୟ, ଆକ୍ସନଏଡର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଓ ଜିଲ୍ଲାର ସମସ୍ତ ତହସିଲ, ବ୍ଲକ ଏବଂ ସିଡିପିଓ କାର୍ଯ୍ୟ।ଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟ ପ୍ରମୁଖ କର୍ମକ୍ଷେତ୍ର ରେ ମହିଳା କର୍ମଚାରୀ ଙ୍କର ସୁରକ୍ଷା ଉପରେ ନିଜନିଜର ମତ ରଖିଥିଲେ । ଶେଷରେ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More