କର୍କଟ ପୀଡିତ ଜଗନ୍ନାଥଙ୍କୁ ସହାୟତା ରାଶି ପ୍ରଦାନ

17

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ସଦର ଥାନା ଅନ୍ତର୍ଗତ ଉଷୁମା ଗ୍ରାମର ଜଗନ୍ନାଥ ଭୋଇ ଦୀର୍ଘଦିନ ଧରି କର୍କଟ ରୋଗରେ ପଡି ଚିକିତ୍ସିତ ହେଉଛନ୍ତି।ପରିବାର ଏକମାତ୍ର ରୋଜଗାର କ୍ଷମ ବ୍ଯକ୍ତି ହୋଇଥିବାରୁ ଚିକିତ୍ସା ରେ ଅର୍ଥ ବାଧକ ସାଜିଥିଲା।ଏଭଳି ପରିସ୍ଥିତିରେ ଜଗନ୍ନାଥ ପଡିଥିବା ଖବର ପାଇ ଏହି ଥାନା ଅନ୍ତର୍ଗତ କାଜିପାଟଣା ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଇଂ.ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ବିଜୟ କୁମାର ପାଲ ସହାୟତାର ହାତ ବଢାଇଛନ୍ତି।ଏହି ଅବସରରେ ଶିକ୍ଷାବିତ୍ ରଞ୍ଜନ କୁମାର ଲେଙ୍କାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ଆଦିତ୍ୟ ବିର୍ଲାର ସିଇଓ ସଂପୃକ୍ତ ମିଶ୍ର,ଓ ଅନ୍ୟତମ ଅତିଥି ସୁବ୍ରତ ମହାପାତ୍ର ଯୋଗଦେଇ କର୍କଟ ପୀଡିତ ଜଗନ୍ନାଥ ଭୋଇଙ୍କୁ ୭୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୈଦ୍ୟନାଥ ସ୍ଵାଇଁ,ସୁବାସ ଚନ୍ଦ୍ର ସ୍ଵାଇଁ,କେଶବ ଚନ୍ଦ୍ର ସ୍ଵାଇଁ,କିଶୋର ଚନ୍ଦ୍ର ପ୍ରଧାନ,ରାଜକିଶୋର ପରିଡା,ଶିବ କୁମାର ମହାନ୍ତି,ବ୍ରହ୍ମାନଂଦ ସେନାପତି,ଯୁଧିଷ୍ଠିର ଖଟୁଆ,ନରେନ୍ଦ୍ର ନାୟକ , ଶରତ କୁମାର ପରିଡା ପ୍ରମୂଖ ଗ୍ରାମବାସୀ ଉପସ୍ଥିତ ଥିଲେ।ଗୋ ମଙ୍ଗଳ ସମିତି ସମ୍ପାଦକ ଚିନ୍ମୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଜଗନ୍ନାଥଙ୍କ ଚିକିତ୍ସା ପାଇଁ ଯାହା ସବୁ ଔଷଧ ପତ୍ର ଲାଗିବ ସମସ୍ତ ସହାୟତା ଇ ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ବହନ କରିବେ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ବିଜୟ କୁମାର ପାଲ କହିଛନ୍ତି। ଜଗନ୍ନାଥ ସରକାରଙ୍କୁ ଅନୁରୋଧ କରିଛନ୍ତି ସରକାରଙ୍କ ପକ୍ଷରୁ ଚିକିତ୍ସା ଓ ସହାୟତା ପ୍ରଦାନ କଲେ ତାଙ୍କ ପରିବାର ଉପକୃତ ହୋଇପାରିବେ। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More