କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଖଣତା ପଞ୍ଚାୟତ କୁନ୍ଧୁପୁର ଗ୍ରାମର ରମାକାନ୍ତ ଜେନା ଯେଏ କି ନିଜ ଛାତ ଉପରେ ବିଭିନ୍ନ ପ୍ରକାରର ପନି ପରିବା ଚାଷକରି ନିଜର ଖାଇବାପାଇଁ ଦାନା ଯୋଗାଇବାରେ ସକ୍ଷମ ହୋଉଛନ୍ତି। କିନ୍ତୁ ଏହି କରୋନା ସମୟରେ ରମାକାନ୍ତଙ୍କ ପାଖରେ ପ୍ରଜ୍ୟାପ୍ତ ପଇସା ଅଭାବରୁ ଇଛାଥିଲେବି ଚାଷ କରିବାରେ ଅସମର୍ଥ ଥିଲାବେଳେ ସରକାରଙ୍କ ସାହାଯ୍ୟ ପାଇଁ ଆଶା ବାନ୍ଧିଛନ୍ତି। ସେଠାକାର ୱାର୍ଡ ମେମ୍ବର କହିଛନ୍ତି ଯେ ଯଦି ରମାକାନ୍ତଙ୍କୁ କୈାଣସି ସରକାରୀ ସାହାଯ୍ୟ ମିଳିଲେ ସେ ନିଶ୍ଚୟ ପରିବାର ପ୍ରତିପୋଷଣ କରିବା ସହ ଆଗାମୀ ଦିନରେ ଆଦର୍ତ୍ତ ଚାଷୀ ହୋଇପାରିବେ। ରମାକାନ୍ତ ସାହୁଙ୍କ ୨ ଝିଅ ଥିଲାବେଳେ ୨ଟି ପୁଅ ମଧ୍ୟ ଅଛନ୍ତି।