ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ଫନି ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି ।ମେ’ ୧ ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଣେ ସ୍ଥିତ Indian Institute of Tropical Metrology (IITM) , ଓ ଆମେରିକାର Global Forecast System (GFS)ର ସୂଚନା ଅନୁଯାୟୀ, ଏହି ସାଇକ୍ଲୋନିକ ସିଷ୍ଟମ ଭାରତୀୟ ଉପକୂଳ ଆଡକୁ ମୁହାଁଇ ମିଆଁମାର ଏବଂ ବାଂଲାଦେଶ ସୀମା ଆଡକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି । ଏହି ପୂର୍ବାନୁମାନରୁ ଜଣାପଡିଛି ଯେ, ଏହି ସାଇକ୍ଲୋନିକ ସିଷ୍ଟମ ପାଖାପାଖି ମେ’ ୪-୫ ଆଡକୁ ମିଆଁମାର-ବାଂଲାଦେଶରେ ଲ୍ୟାଣ୍ଡଫଲ କରିପାରେ । IITM ମଡେଲର ପୂର୍ବାନୁମାନଯାୟୀ, ମେ ୧ ରେ ଆଣ୍ଡାମାନ ସାଗର ନିକଟରେ ସାଇକ୍ଲୋନେଜେନେସିସ୍ ହେବାର ପ୍ରାୟ ୪୦ ପ୍ରତିଶତ ସମ୍ଭାବନା ରହିଛି ଏବଂ ଏହା ଧୀରେଧୀରେ ମିଆଁମାର-ବାଂଲାଦେଶ ସୀମା ଆଡକୁ ଗତି କରିପାରେ ।ସେହିପରି, ଆମେରିକାର National Oceanic and Atmospheric Sciences’ (NOAA) Global Forecast System (GFS)ର ପୂର୍ବାନୁମାନଯାୟୀ, ଏପ୍ରିଲ୍ ୩୦ ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦକ୍ଷିଣ ପୂର୍ବରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାପରେ ମେ ୧ରେ ଏହି ସାଇକ୍ଲୋନିକ ସିଷ୍ଟମଆଣ୍ଡାମାନ ଓ ନିକୋବର ଦେଇ ଗତି କରିବ