ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକରେ ଖୋଲିବ ବହି ଦୋକାନ, ଫ୍ୟାନ ଦୋକାନ, ମୋବାଇଲ ରିଚାର୍ଜ ଦୋକାନ ଓ ରାଜପଥ କଡ ଢାବା । କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ ଡାଉନ ଜାରି ରହିଥିଲେ ମଧ୍ୟ ଲୋକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ହୋଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକ୍ରେ କଟକଣା ଜାରି ରହିବ।