ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଖୋର୍ଦ୍ଧା ଜିଲାର ୮୦ ପ୍ରତିଶତ ଗ୍ରାମ କରୋନା ସଂକ୍ରମଣ ମୁକ୍ତ। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସେସବୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଖୋର୍ଦ୍ଧା ଜିଲାରେ ଉନ୍ନତ ସ୍ବାସ୍ଥ୍ୟ ସେବା ଉପଲବ୍ଧ ରହିଛି। ତେଣୁ କରୋନା ସଂକ୍ରମଣକୁ ନେଇ ଖୋର୍ଦ୍ଧା ଜିଲାବାସୀ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି ପ୍ରକାଶ କରିଛନ୍ତି।