ପୁରୀ ( ସଂଘର୍ଷ ମିଡିଆ ) : କୋଭିଡ ସଂକ୍ରମଣରେ ଆକ୍ରାନ୍ତ ହୋଇ ଗତ ଜୁଲାଇ ୨୧ ତାରିଖ ରେ ପ୍ରାଣ ହରାଇ ଥିବା କରୋନା ଯୋଦ୍ଧା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ବରିଷ୍ଠ ଓଡ଼ିଶା ପ୍ରାଶାସନିକ ସେବା ଅଧିକାରୀ ସ୍ଵର୍ଗତ କରୁଣାକର ରାଇକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ନିମନ୍ତେ ଆଜି ସ୍ଥାନୀୟ ସର୍କିଟ ହାଉସ ପରିସର ରେ ଏକ ଶୋକ ସଭା ର ଆୟୋଜନ କରଯାଇଥିଲା I ଏଥିରେ ଅତିରିକ୍ତ ଜିଲ୍ଲାପାଳ ( R & R ) ବିନୟ କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , DRDA ର ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ନାଥଶର୍ମା , ଉପଜିଲ୍ଲାପାଳ ଭବତାରଣ ସାହୁ ,ଶ୍ରୀ ମନ୍ଦିର କାର୍ଯ୍ୟାଳୟ ର ଡେପୁଟି ଆଡ୍ମିନିଷ୍ଟ୍ରଟର ସୁବ୍ରତ ବେହେରା , ସ୍ପେସିଆଲ LAO କୈଳାଶ ଚଦ୍ର ନାୟକ , ତହସିଲଦାର ପୁରୀ ଆଶିଷ ରଞ୍ଜନ ସାହୁ ଓ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୁରବୀର ସିଂହ ଯୋଗ ଦେଇ ସ୍ବର୍ଗତ ରାଇକା ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ I