କରୋନା ଯୋଦ୍ଧାଙ୍କୁ ଉପହାର ବାଣ୍ଟନ

13

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ପ୍ରଶାଷନ ପକ୍ଷରୁ ବିରିଡ଼ି ବ୍ଲକ ଅଞ୍ଚଳର କରୋନା ଯୋଦ୍ଧାମାନଙ୍କୁ ସମ୍ମାନୀତ କରାଯାଇ ଉପହାର ବଣ୍ଟନ କରାଯାଇଥିଲା । ବିଶେଷକରି ଗାଁ ଗାଁ ବୁଲି କରୋନା ସମ୍ପର୍କୀୟ ତଥ୍ୟ ସଂଗ୍ରହରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆଶା ଅଙ୍ଗନବାଡ଼ି କର୍ମୀ ଆମ୍ବୁଲାନ୍ସ ଓ କରୋନାରେ ନିୟୋଜିତ ଗାଡି ଡ୍ରଇଭର ମାନଙ୍କୁ ଉପହାରପ୍ରଦାନ କରାଯାଇଥିଲା । ମୋଟ ୨ସହ କରୋନା ଯୋଦ୍ଧାଙ୍କୁ ଉପହାର ବଣ୍ଟନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଜିମାତ୍ର ୧୮ ଜଣଙ୍କୁ ଉପହାର ପ୍ରଦାନ କରାଯାଇଛି। ଅବଶିଷ୍ଟ ଅନ୍ୟଦିନ ଗୁଡିକରେ ଏହି ଉପହାର ବଣ୍ଟନ କରାଯିବ ଵେଲି ବିଡିଓ ସୂଚନା ଦେଇଛନ୍ତି । ଏହି କାଯ୍ୟକ୍ରମରେ ଜଗତସିଂହପୁର ଏମପି ଡ଼ା. ରାଜଶ୍ରୀ ମଲ୍ଲିକ୍, ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷା ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ପଦ୍ମନାବା ଭୋଇ, ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ବେହେରା, ବିଡିଓ ହେମନ୍ତ କୁମାର ମହାନ୍ତ, ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । କରୋନା ସମୟରେ ମ୍ୟାକ୍ସ ତିଆରି କରି ଯୋଗାଇ ଥିବା ଗୋରୀ ଦେବୀ , ପ୍ରଦ୍ୟୁସର ଗ୍ରୁପର ସମ୍ପାଡିକା ସବିତା ଦାସଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନୀତ ଦିଆଯାଇଥିଲା । ସଢେଇ ଶାସନ ପାଞ୍ଚାୟତ ସମିତି ସଭ୍ୟ ଅମୁଲ୍ୟ ମହାନ୍ତି, ଜିଲ୍ଲା ଯୋଜନା ବୋର୍ଡର ଉପାଧ୍ୟକ୍ଷ ମୁଦୁଲିଙ୍କୁ ବିରିଡ଼ିରେ କୋଭିଡ଼ି ଟେଷ୍ଟ ସେଣ୍ଟର କରିବାକୁ ଅନୁରୋଧ କରିଥିଲେ। ବିରିଡିରୁ ରଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More