କରୋନା ମୁକାବିଲା ପାଇଁ ଆଜିଠାରୁ କଟକରେ ଆରମ୍ଭ ହେଲା ସେରୋ ସର୍ଭେ କାର୍ଯ୍ୟକ୍ରମ

30

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଆଜି ବକ୍ସିବଜ଼ାରସ୍ଥିତ ପୋଲିସ ମୁଖ୍ୟାଳୟ ପଡିଆଠାରେ ଏହି ସର୍ଭେର ଶୁଭାରମ୍ଭ କରାଯାଇଛି । କଟକ ମହାନଗର ନିଗମ ଓ ଆର.ଏମ୍.ଆର୍.ସି ଭୁବନେଶ୍ୱର ମିଳିତ ଉଦ୍ୟମରେ ପ୍ରଥମ ପର୍ଯ୍ୟାୟରେ ମହାନଗମର ୨୫ ଟି ୱାର୍ଡରେ ରକ୍ତ ନମୁନା ସଂଗ୍ରହ କରାଯିବ। ଆଜି ପ୍ରଥମ ଦିନରେ ୧୦ ଟି ୱାର୍ଡରେ ହିଁ ଏହି କାର୍ଯ୍ୟ କରାଯାଇଛି। ସେରୋ ସର୍ଭେ ପାଇଁ ସିଏମସି ତରଫରୁ ୫ ଟି ଟିମ ଗଠନ କରାଯାଇଛି। ପ୍ରତ୍ୟକଟି ଟିମ ରେ ୫ ଜଣ ସଦସ୍ୟ ଥିବା ବେଳେ ୨୫ ଟି ୱାର୍ଡରୁ ୧୨୦୦ ରୁ ଅଧିକ ରକ୍ତ ନମୁନା ସଂଗ୍ରହ କରାଯିବ। ଏହାବାଦ୍ ୱାର୍ଡ ର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଲୋକଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରାଯିବ। ୱାର୍ଡ ଅଫିସର ଓ ସାନିଟାରୀ ଇନିସ୍ପେକ୍ଟର ସ୍ଥାନ ଚିହ୍ନଟ କରି ମନୋନିତ ପରିବାର ଓ ଲୋକମାନଙ୍କୁ ଜଣାଇବାକୁ କୁହା ଯାଇଛି। ତେବେ କରୋନାକୁ ହରାଇବା ପାଇଁ ପୋଲିସ୍ ର କର୍ମଚାରୀ ମାନେ ମଧ୍ୟ ସେରୋ ସର୍ଭେରେ ସାମିଲ୍ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More