କରୋନା ମହାମାରୀ ସମୟରେ , ଶିକ୍ଷାଦାନ ଓ ଶିକ୍ଷଣର ଏକ ଅଭିନଵ ପ୍ରୟାସ

48

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : -କରୋନା ମହାମାରୀ ଯୋଗୁଁ ପ୍ରାୟ ଦୀର୍ଘ ୨ ବର୍ଷ ହେଲା ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି, ସରକାରୀ ସ୍ତରରେ ଓଡିଶା ଗଣଶିକ୍ଷା ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ୟୁ ଟ୍ୟୁବ ରେ ପାଠ ପଢା, ରେଡ଼ିଓରେ ପାଠଶାଳା ଇତ୍ୟାଦି କରାଗଲେ ସୁଦ୍ଧା ଏହା ସମସ୍ତ ଛାତ୍ର ଛାତ୍ରୀମାନଙ୍କ ପାଖରେ ପହଂଚି ପାରି ନାହିଁ। କେଉଁଠି ନେଟୱ।ର୍କର ଅସୁବିଧା ତ, କାହା ପାଖରେ ଏଣ୍ଡ୍ରୋଏଡ଼ ଫୋନ ନାହିଁ, ତେଣୁ କହିବାକୁ ଗଲେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କୋମା ସ୍ତରକୁ ଚାଲି ଯାଇଛି । ଏହି ପରିପେକ୍ଷୀରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏକ ଅଭିନଵ କାର୍ଯ୍ୟକ୍ରମ ହାତକୁ ନେଇଛି, ଏହି ଆନୁକୂଲ୍ୟରେ ରାଜ୍ୟରେ ଥିବା ସମସ୍ତେ DIET, BIET ଓ ETEI ର ଗୁରୁ ଛାତ୍ର ଛାତ୍ରୀ ମାନେ ନିଜ ନିଜ ଗ୍ରାମରେ ପ୍ରାଥମିକ ସ୍ତର ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢେଇବା ସହ ପିଲାମାନଙ୍କୁ ପାଠ ପ୍ରତି ଆଗ୍ରହି କରାଇବେ ଏବଂ NEP 2020 ଅନୁଯାଇ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ FLN ରୁ ମୌଳିକ ଶିକ୍ଷଣ ସ୍ତର ହାସଲ କରିବା ପାଇଁ ଚେଷ୍ଟା କରିବେ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ମୁଖ୍ୟ କାର୍ଯାଳୟ ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ର ପ୍ରାୟ 175 ଗୁରୁ ଛାତ୍ର ଛାତ୍ରୀ (ଉଭୟ ପ୍ରଥମ ଓ ଦ୍ୱିତୀୟ ବର୍ଷ ) ନିଜ ନିଜ ଗ୍ରାମରେ ରହି ସେଠାକାର ପ୍ରାଥମିକ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ଗତ 15 ରୁ ଶିକ୍ଷା ଦାନ କରି ଆସୁଛନ୍ତି । ଏହି କାର୍ଯ୍ୟକ୍ରମ ଆଗାମୀ october 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଏବଂ ଏଥିରେ ପ୍ରତ୍ୟେକ ଗୁରୁ ଛାତ୍ର ଛାତ୍ରୀ ପ୍ରାୟ 10,15 ଜଣ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ ଗ୍ରାମର ଯେ କୌଣସି କ୍ଲବ ଘର, ମନ୍ଦିର ର ପ୍ରାଙ୍ଗଣ, ଅଭିଭାବକଙ୍କ ଘର ବା ନିଜ ଘରେ ସମସ୍ତ ପ୍ରକାର କରୋନା ନିୟମ ସହିତ ଶିକ୍ଷାଦାନ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଓ ଶିକ୍ଷକ ମାନେ ତଦାରଖ କରୁଛନ୍ତି।ମହାମାରୀ କାଳ ରେ ଏହି ପରି ଅଭିନଵ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି। ନବରଙ୍ଗପୁର DIET ପ୍ରଧ୍ୟାପକ ଅରବିନ୍ଦ ମଢେଇ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଦେଶବନ୍ଧୁ ସାହୁ, ଅବିରାମ ବିଶ୍ୱାଳ, ଶିକ୍ଷକ ପ୍ରଶିକ୍ଷକ ଓଁକାର ପଟ୍ଟନାୟକ, ନୀଳାଞ୍ଚଳ ମେହେର, ମୂର୍ତ୍ତି କୁମାର, ମଦୁକା ସୁନା, ବିବେକାନନ୍ଦ ନାୟକ ପରିଚାଳନା କରୁଛନ୍ତି।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ,ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More