କରୋନା ମହାମାରୀ ପ୍ରଭାବ : ମାସକରେ ରାଜ୍ୟର ୨୩୦୦ କୋଟିର ରାଜସ୍ଵ ହାନି

18

Get real time updates directly on you device, subscribe now.

ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : କରୋନା ମହାମାରୀ ପାଇଁ ଓଡ଼ିଶାକୁ ପ୍ରଭୂତ ଆର୍ଥିକ କ୍ଷତି ସହିବାକୁ ପଡିଛି । ଗତବର୍ଷ ଏପ୍ରିଲରେ ରାଜ୍ୟ ସରକାର ୩୦୩୪କୋଟି ଟଙ୍କାର ରାଜସ୍ବ ବିଭିନ୍ନ କ୍ଷେତ୍ରରୁ ଆଦାୟ କରିଥିବାବେଳେ ଚଳିତବର୍ଷ ମାତ୍ର ୭୦୦ କୋଟି ଟଙ୍କା ପାଖାପାଖି ଆଦାୟ କରିଛନ୍ତି। ତେବେ କରୋନା ମହାମାରୀ ପାଇଁ ଏପ୍ରିଲମାସରେ ରାଜ୍ୟ ସରକାର ୧୨୭୦.୩୫କୋଟି ଟଙ୍କାର ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ସେଥିରୁ ମାତ୍ର ୭୦୦ କୋଟି ଟଙ୍କା ମିଳିଛି। ଯାହାକି ଗତମାସ ଲକ୍ଷ୍ୟର ଅଧାଅଧି ଅର୍ଥ ହୋଇଥିବାବେଳେ ପୂର୍ବବର୍ଷ ଏପ୍ରିଲ ଆୟ ତୁଳନାରେ ପ୍ରାୟ ୨୩୩୪କୋଟି ଟଙ୍କା କମ୍ ରହିଛି। ଓଡ଼ିଶାର ଆର୍ଥିକ ଅବସ୍ଥା ଦିନକୁ ଦିନ ଜଟିଳ ପରିସ୍ଥିତି ଆଡକୁ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦିନକ ପୂର୍ବରୁ ଅର୍ଥ ବିଭାଗକୁ ଜରୁରୀ ବିଭାଗରେ ସାମିଲ କରାଯାଇଛି। ଏହି ଆର୍ଥିକ ସଙ୍କଟରୁ କିଭଳି ରାଜ୍ୟକୁ ଏକ ପ୍ରଗତିଶୀଳ ଆଡକୁ ଗତି କରାଯାଇ ପାରିବ ସେନେଇ ଅର୍ଥବିଭାଗ ପକ୍ଷରୁ କେତେକ କ୍ଷେତ୍ରରେ କାଣ୍ଟଛାଣ୍ଟ କରାଯିବା ସହିତ ଆଉ କେତେକ କ୍ଷେତ୍ରକୁ ଗୁରୁତ୍ବ ଦେବା ଲାଗି ଏକ ସ୍ବତନ୍ତ୍ର ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More