କରୋନା ମହାମାରୀର ପ୍ରତିକୂଳ ପରିସ୍ଥିତିରେ ଶିକ୍ଷାଦାନର ନୂତନ ପନ୍ଥା

44

Get real time updates directly on you device, subscribe now.

ଯାଜପୁରର( ସଂଘର୍ଷ ମିଡିଆ )  : କରୋନା ମହାମାରୀର ପ୍ରତିକୂଳ ପରିସ୍ଥିତିରେ ଶିକ୍ଷାଦାନ କ୍ଷେତ୍ରରେ ଆଉ ପାଦେ ଆଗରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଗରଗାଲି । ଏଠାକାର ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ଆପଣେଇଛନ୍ତି, ପାଠ୍ୟଦାନର ଆଉ ଏକ ବିକଳ୍ପ ବ୍ୟବସ୍ଥା । ଯେତେବେଳେ ସରକାରଙ୍କ କରୋନା କଟକଣାରେ ସ୍କୁଲ ବନ୍ଦ ସେତେବେଳେ ଦୀର୍ଘଦିନ ଧରି ପ୍ରତ୍ୟେକ ଗ୍ରାମକୁ ଯାଇ ଶିକ୍ଷାର୍ଥୀମାନଙ୍କ ଘର ପାଖରେ ପହଞ୍ଚି ସେମାନଙ୍କୁ ପାଠ ପଢାଇବା ସହ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାର ପ୍ରୟାସ ଜାରି ରଖିଛନ୍ତି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଗରଗାଲିର ଗୁରୁଜୀ ଗୁରୁମା ମାନେ । ସୂଚନା ଥାଉକି ଅନଲାଇନ ଶିକ୍ଷା ଦାନରୁ ବିଭିନ୍ନ ଛାତ୍ର ଛାତ୍ରୀ ମାନେ ବଞ୍ଚିତ ହେଉଥିବା ଦେଖି ଏହି ଅନୁଷ୍ଠାନ କିଛି ନୂତନ ଶୈଳୀ ରେ କରୋନା କଟକଣା ମାନି ଶିକ୍ଷା ପ୍ରଦାନ କରିବା ପାଇଁ ଆଗେଇ ଆସିଥିଲା । ଏଥିପାଇଁ ଗ୍ରାମ୍ୟ ଶିକ୍ଷା ଅଭିଯାନ ମାଧ୍ୟମରେ କୁନ୍ଦଳ, ସଇକା, ଗରଗାଲି, ହରିପୁର, ଛୋଟରାୟପୁର, ବଜାର ଆଦି ବିଭିନ୍ନ ଗ୍ରାମରେ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ କରୋନା କଟକଣା ମାନି ଶିକ୍ଷାଦାନ ଜାରିରଖିଛି ଏହି ଅନୁଷ୍ଠାନ । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଗରଗାଲିର ଏପରି ପଦକ୍ଷେପକୁ ଅଭିଭାବକ ମାନେ ସ୍ୱାଗତ କରିବା ସହ ଉଭୟ ଶିକ୍ଷାର୍ଥୀ ଓ ଆଚାର୍ଯ୍ଯ ଆଚାର୍ଯ୍ୟା ମାନେ ଖୁସି ଓ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି । ଏପରି ଏକ ପଦକ୍ଷେପ ପାଇଁ ଉକ୍ତ ଅନୁଷ୍ଠାନକୁ ବିଭିନ୍ନ ସ୍ଥାନରୁ ପ୍ରସଂଶାର ସୁଅ ଛୁଟି ବରେ ଲାଗିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More