କରୋନା ଭୟକୁ ବଳି ପଡ଼ିଛି ପେଟର ଭୋକ : ସତରେ କ’ଣ ସମସ୍ତେ ଘରେ ପହଞ୍ଚି ପାରୁଛନ୍ତି ?

33

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କରୋନା ଭୟକୁ ବଳି ପଡ଼ିଛି ପେଟର ଭୋକ । ଜୀଇ ରହିବାର ଇଚ୍ଛା ମଣିଷକୁ ମାରି ଦେଉଛି । କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଯାଇଥିବା ପ୍ରବାସୀ କରୋନାଠାରୁ ବେଶୀ ଡ଼ରୁଛି ଭୋକକୁ । ଯେଉଁଥିପାଇଁ ସେ ଘରମୁହାଁ; କିନ୍ତୁ ସତରେ କ’ଣ ସମସ୍ତେ ଘରେ ପହଞ୍ଚି ପାରୁଛନ୍ତି ? ଘରମୁହାଁ ଶ୍ରମିକଙ୍କ ଉପରେ କେର୍ଉଠି ଟ୍ରକ୍ ମାଡ଼ି ଗଲାଣି ତ କେଉଁଠି ଟ୍ରେନ୍ ତଳେ ଜୀବନ ଗଲାଣି । କେଉଁଠି ପୁଣି ବସ୍ ଓଲଟୁଛି । ମାତ୍ର ଘରକୁ ଚାଲିଚାଲି ଆସୁଥିବାବେଳେ ରାସ୍ତାରେ ଝୁଣ୍ଟିପଡ଼ି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ଘଟଣା ବିରଳ । ଏପରି ଘଟଣା ଘଟିଛି ଜଳେଶ୍ବର ନିକଟରେ । ମୃତକଙ୍କ ଘର ପୁରୀ ଜିଲା କାକଟପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ କାକଟପୁର ନିକଟବର୍ତୀ ଟିକରପଡ଼ାର ଏହି ବ୍ୟକ୍ତି କଲକତାରେ କାମ କରୁଥିଲେ । ଲକ୍ଡ଼ାଉନ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା । ତେଣୁ ସେ ବାଧ୍ୟ ହୋଇ ଚାଲିଚାଲି ଗାଁକୁ ଫେରୁଥିଲେ । ମାତ୍ର ଜଳେଶ୍ବର ନିକଟରେ ରାସ୍ତାରେ ହଠାତ୍ ସେ ଝୁଣ୍ଟି ପଡ଼ିଥିଲେ ଓ ଚେତା ହରାଇଥିଲେ । କିଛି ଲୋକ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More