କରୋନା ଭୂତାଣୁ ଅଧିକ ଘାତକ: ଗୁଜରାଟ ଫେରନ୍ତା ଓଡ଼ିଆଙ୍କୁ ସାବଧାନ

12

Get real time updates directly on you device, subscribe now.

ଭୁବନେଶ୍ବର (ସଂଘର୍ଷ ମିଡିଆ ) : ରାଜ୍ୟ ସରକାର ବିଭିନ୍ନ ରାଜ୍ୟରୁ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ ଗୁଜରାଟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହ ସିଧାସଳଖ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ମଧ୍ୟ ଅନ୍ୟ ରାଜ୍ୟରେ ଅଟକିଥିବା ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏହା ମଧ୍ୟରେ ଗୁଜୁରାଟରୁ ପ୍ରାୟ ଦେଢ଼ଶହ ଶ୍ରମିକ ୩ଟି ବସ ଯୋଗେ ଫେରୁଥିବା ଖବର ମିଳିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଖବରଟି ହେଉଛି ଗୁଜୁରାଟ କରୋନା ଭୂତାଣୁ ସବୁଠାରୁ ମାରାତ୍ମକ ବୋଲି ଖବର ମିଳିଛି । କରୋନା ସଂକ୍ରମିତଙ୍କଠାରେ ଯେଉଁ କୋବିଦ ୧୯ ଭୂତାଣୁ ଠାବ ହୋଇଛି ତାହା ମଧ୍ୟରୁ ସବୁଠାରୁ ମାରାତ୍ମକ ହେଉଛି ଏଲ-କରୋନା ଭୂତାଣୁ । ଏହି ଭୂତାଣୁ ସବୁଠାରୁ ଭୟଙ୍କର ଓ ସେଇଥିପାଇଁ ଗୁଜରାଟରେ ମୃତ୍ୟୁ ଅନୁପାତ ଅନ୍ୟରାଜ୍ୟଠାରୁ ଅଧିକ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More