କରୋନା ପୀଡିତ ପରିବାର ବର୍ଗଙ୍କୁ ଭେଟିଲେ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ

40

Get real time updates directly on you device, subscribe now.

ଚୌଦ୍ଵାର(ସଂଘର୍ଷ ମିଡିଆ ) : ଚୌଦ୍ଵାର କଟକର ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଆଜି ଚୌଦ୍ଵାର ଆଞ୍ଚଳର କରୋନା ପୀଡିତ ସୌମ୍ୟରଂଜନଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରକାଶ ଥାଉକି ୩୪ ବର୍ଷୀୟ ଏହି ସୌମ୍ୟରଂଜନ ଏମ୍ ବିଏ ସାରିଲା ପରେ ଏକ ଘରୋଇ କମ୍ପନୀରେ ଚାକିରି କରି ପରିବାର ଚଳାନ୍ତି । ବାପା ଓଟିଏମ କର୍ମଚାରୀ ଦିର୍ଘ ଦିନ ଓଟିଏମ ବନ୍ଧ ହେବାପରେ ଏବେ ସେ ଘରେ ରହୁନ୍ତି । ଘରେ ସ୍ତ୍ରୀ ଏବଂ ଏକ ବର୍ଷର ଶିଶୁ ପୁତ୍ର ସହିତ ବାପା ମା ଓ ଭାଇ ଭାଉଜଙ୍କର ଭରଣ ପୋଷଣ ତାଙ୍କ ଦାୟିତ୍ୱରେ ଉପରେ ଥିଲା ଗତ ଦେଢମାସ ତଳେ ପରିବାର ସମସ୍ତ ସଦସ୍ୟ କରୋନ ହୋଇଥିଲା ମା,ଭାଇ, ସ୍ତ୍ରୀ ଭଲ ହୋଇ ଘରକୁ ଫେରିଥିଲେ । ସମସ୍ତଙ୍କୁ ହସପିଟାଲରେ ଆଡିମିସନ ଠାରୁ ଡିସ୍‌ର୍ଚାଜ ପ୍ରଯ୍ୟନ୍ତ ସମସ୍ତ ଦାୟିତ୍ୱ ତୁଲେଇବା ପରେ ଶେଷରେ ସ୍ୱୌମ୍ୟରଞ୍ଜନ କରୋନାରେ ଆକ୍ରାନ୍ତ ହୋଇ ପଡିଥିଲେ । ପ୍ରଥମେ ତାଙ୍କୁ ଅଶ୍ୱନୀ କୋଭିଡି ହସ୍ପିଟାଲକୁ ନିଆଯାଇଥିଲା ସ୍ୱାସ୍ଥ୍ୟରେ ଉନ୍ନତି ନଆସିବାରୁ ଉତ୍ତମ ଚିକିତ୍ସା ପ।।ଇଁ ଭୂବନେଶ୍ୱର ସ୍ଥିତ ସମ୍ ଅଲଟିମେଟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପାଖାପାଖି ୩୭ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି ଜୀବନ ଇକମ୍ ଚିକିତ୍ସା ଡାକ୍ତର କହିବାପରେ ପରିବାର ଚିନ୍ତା ବଢିଯାଇଛି ।। ତେଣୁ ସରକାର ଓ ଲୋକଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ । ସ୍ୱାମୀଙ୍କୁ ଚେନାଇ ଏମ୍‌ଜିଏମ୍ ହସ୍ପିଟାଲକୁ ନେଇ ଚିକିତ୍ସା କରିବା ପାଇଁ ତାଙ୍କ ପକ୍ଷରେ ଅସମ୍ଭବ ତେଣୁ କିଛିଟା ସାହାର୍ଯ୍ୟ ପାଇଲେ ତାଙ୍କ ସ୍ୱାମୀ ଭଲ ହୋଇଯିବେ ବୋଲି ସେ ଆଶା ରଖିଛନ୍ତି । ସେଥିପାଇଁ ସମସ୍ତଙ୍କୁ ସାହାର୍ଯ୍ୟ ପାଇଁ ତାଙ୍କ ସ୍ତ୍ରୀ ଅମୃତା କାନୁନ୍‌ଗୋ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More