ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : rରାଜ୍ୟ ସରକାର ଜାରି କଲେ କରୋନା ପାଇଁ ଫେବୃଆରୀ ନିର୍ଦ୍ଦେଶାବଳୀ। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଏଣିକି ଜିଲ୍ଲାପାଳ ଓ ମୁନିସିପାଲିଟି କମିଶନର କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବେ। କଣ୍ଟେନମେଣ୍ଟ ଜୋନରେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଶୈଖିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସର୍ତ୍ତମୂଳକ ଭାବେ ସର୍ବାଧିକ ୫୦୦ ଜଣଙ୍କୁ ଏକତ୍ର ହେବାକୁ ଏଥିରେ ଅନୁମତି ଦିଆଯାଇଛି। ନିବୁଜ କୋଠରୀ କିମ୍ବା ହଲରେ ନିର୍ଦ୍ଧାରିତ ସଂଖ୍ୟାର ୫୦ ପ୍ରତିଶତ ଲୋକ ଏକତ୍ର ହୋଇପାରିବେ। ଖୋଲା ସ୍ଥାନରେ ସାମାଜିକ ଦୂରତା ରକ୍ଷା ହେବା ଭଳି ଲୋକ ସଂଖ୍ୟାକୁ ଅନୁମତି ମିଳିବ। ଫେବୃଆରୀ ନିର୍ଦ୍ଦେଶାବଳୀରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ହାତ ଧୁଆ ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଥିବା ବେଳେ ସଭାସ୍ମତି ଏବଂ ଉତ୍ସବ ପାଇଁ ଜିଲ୍ଲାପାଳ ଓ ମୁନିସିପାଲିଟି କମିଶନରଙ୍କ ଠାରୁ ଆଗୁଆ ଅନୁମତି ନେବାକୁ କୁହାଯାଇଛି।