କରୋନା ପାଇଁ ଘରୋଇ ଶିକ୍ଷକଙ୍କ କୋଚିଙ୍ଗ୍ ସେଣ୍ଟରେ ତାଲା, ରୋଜଗାର ଏକଦମ ଠପ

40

Get real time updates directly on you device, subscribe now.

କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ ) : କୋରନା ଉଜାଡିଡେଲ ସବୁକିଛି। ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢିଥିବା ବେଳେ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ଶତାଧିକ ଘରୋଇ ଶିକ୍ଷକଙ୍କ ଆର୍ଥିକ ପରିସ୍ଥିତି ନାହିଁ ନଥିବା ବେଳେ ବହୁତ କେଚିଙ୍ଗ୍ ସେଣ୍ଟର ମାନ ତାଲା ପଡିଥିବାର ସାମ୍ନାକୁ ଆସିଛି। ଏହି କରୋନା ବ୍ୟପି ମହାମାରୀ ପାଇଁ ସରକାରଙ୍କ କୋଭିଡି ନିୟମକୁ ପ୍ରାଧାନ୍ୟ ଦେଇ ବେସରକାରୀ ଶିକ୍ଷକ ମାନେ ବହୁକଷ୍ଟରେ ପରିବାର ଚଳାଉଛନ୍ତି। ପରିବାରର ଖର୍ଚ୍ଚ ବାଧକ ସାଜୁଥିବା ବେଳେ ପରିବାରଙ୍କର ଔଷଧ ଖର୍ଚ୍ଚ ପାଇଁ ଟିଉସନ ଶିକ୍ଷକ ଓ ବେସରକାରୀ ଶିକ୍ଷକ ମାନଙ୍କର ଚିନ୍ତାର କାରଣ ପାଲଟିଛି। ପ୍ରାୟ ଛଅ ମାସରୁ ଅଧିକ ହେବ କୋଚିଙ୍ଗ ସେଣ୍ଟରରେ ତାଲା ପଡିଥିବାରୁ ନଜରକୁ ଆସିଛି। ରାଜନଗର ବ୍ଲକର ଶତାଧିକ ଶିକ୍ଷିତ ଯୁବକ ଯୁବତୀମାନେ ସ୍କୁଲ କଲେଜର ପିଲାମାନଙ୍କୁ ଟିଉସନ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏଇ ଛଅ ମାସ ହେବ କରୋନା ସେମାନଙ୍କର ରୋଜଗାରର ମେରୁଦଣ୍ଡ ଭାଙ୍ଗିଦେଇଛି। ସରକାରି ଚାକିରି କରୁଥିବା ବ୍ୟକ୍ତିମାନେ ଦରମା ପାଉଥିବା ବେଳେ ବେସରକାରୀ ଶିକ୍ଷକମାନେ ବହୁ କଷ୍ଟରେ ରହୁଛନ୍ତି। ଓଡ଼ିଶା ସରକାର ସ୍କୁଲ ଓ କଲେଜ ଖୋଲି ଓଡ଼ିଶା ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ଆପ୍ରାଣେ ଉଦ୍ୟମ କରୁଥିବା ବେଳେ ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ କୈାଣସି ଚାକିରି ବ୍ୟବସ୍ଥା ନାହିଁ। ପ୍ରତିବର୍ଷ ଅବସର ନେଉଥିବା କର୍ମଚାରୀ ଓ ଅଫିସର ମାନଙ୍କୁ ଆହୁରି ଦୁଇରୁ ଚାରିବର୍ଷ ବଢାଇ ଦେଉଥିବା ବେଳେ ଓଡ଼ିଶାରେ ଶିକ୍ଷିତ ବେକାରୀ ସମସ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଶିକ୍ଷିତ ଓଡିଶା ଗଠନ ପାଇଁ ସରକାର ବାଃ ବାଃ ନେଉଥିବା ବେଳେ। ଓଡ଼ିଶାର ପିଲାମାନେ ଶିକ୍ଷିତ ହେବାପରେ ଚାଷକାର୍ଯ୍ୟ ପ୍ରତି ମୁହଁ ଫେରାଇ ନେଉଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ଶିକ୍ଷିତ ଓଡିଶା ଗଠନ ପଛରେ ଓଡ଼ିଶାର ବହୁତ ଆର୍ଥିକ ଅନାଟନ ଘୋର ପରିସ୍ଥିତି ମାଡି ଆସୁଛି। ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କ ପାଇଁ ଚାକିରିର ବ୍ୟବସ୍ଥା କରାଇବା ଉଚିତ। ରାଜନଗର ରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More