କରୋନା ନେଲା ASIଙ୍କ ଜୀବନ

15

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନରସିଂହପୁର ଥାନାରେ କରୋନା ମହାମାରୀ ଜଣେ ASI ଙ୍କର ଜୀବନ ନେଇଛି।ନରସିଂହପୁର ଥାନାରେ କାର୍ଯ୍ୟରତ ଥିବା ASI ମଦନ ମୋହନ କାର୍ଜି କରୋନାରେ ମୃତ୍ୟୁ ବରଣ କରିଥିବା ସୂଚନା ଦେଲେ ଆଠଗଡ଼ SDPO ଆଲୋକ ରଞ୍ଜନ ରାୟ। ସ୍ଵର୍ଗତ ASI ମଦନ ମୋହନ କାର୍ଜି ଗତ ତା ୨୨.୦୯ .୨୦୨୦ ରିଖରେ କାନପୁର ଥାନା ଅନ୍ତର୍ଗତ ଅଢେଇଗୁଣ୍ଡି ଠାରେ ହୋଇଥିବା ସ୍ୱାବ ଟେଷ୍ଟରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।ତାପରେ ତାଙ୍କୁ କଟକ ଠାରେ ଥିବା ସୃଷ୍ଟି ଘରୋଇ ହସ୍ପିଟାଲର କୋଭିଡ କେଆରରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଵର୍ଗତ କାର୍ଜିଙ୍କର ଘର ମୟୁରଭଞ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଡ଼ ଦେଉଳି ଗ୍ରାମରେ ବୋଲି ଜଣାପଡିଛି । ନରସିଂହପୁର ସଞ୍ଜୟ ପଟ୍ଟନାୟକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More